ଜଗତସିଂହପୁର( ସଂଘର୍ଷ ମିଡିଆ ) -ଜଗତସିଂହପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ମଙ୍ଗଳ ଅଧିକାରୀଙ୍କ ବଦଳି ବାତିଲ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।ସମନ୍ୱୟ ସମିତିର ସିଆଇଟିୟୁର ଜିଲ୍ଲା ସଭାପତି ଲୋଭାକାନ୍ତ ସ୍ବାଇଁ,ଏଆଇୟୁଟିୟୁସି ର ଜିଲା ସମ୍ପାଦକ ପ୍ରଦୀପ୍ତ ରାମ, ବିଏମଏସର ଜିଲା ସଭାପତି ଅକ୍ଷୟ ଦାସ,ଏଆଇଟିୟୁସି ର ଜିଲା ସଭାପତି ସୋମନାଥ ଗିରି,ବିଏମଏଶ ର ତିଲୋତ୍ତମା ଦାସ,ଆଇଏନ ଟି ୟୁସି ର ସଭାପତି ସୁଶାନ୍ତ କୁମାର ବେହେରା, ଏ ଏମ ଏନ ଏସ ଏସର ସମ୍ପାଦକ ରତ୍ନାକର ସ୍ବାଇଁ ,ବିଷ୍ଣୁପ୍ରିୟା ଦାସ ପ୍ରମୂଖ ଯୋଗଦେଇ କହିଥିଲେ ଜଗତସିଂହପୁର ଜିଲା ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକ ମଙ୍ଗଳ ଅଧିକାରୀ ସ୍ୱରୂପ କାନୁନଗୋଙ୍କ ଆକସ୍ମିକ ବଦଳିକୁ ଜିଲାର ସମସ୍ତ ଶ୍ରମିକ ସଂଗଠନ ବିରୋଧ କରୁଛୁ ଓ ପୂର୍ବଭଳି ଜଗତସିଂହପୁର ଶ୍ରମ ଦପ୍ତରରେ କାର୍ଯ୍ୟ କରିବାକୁ ଦାବି କରିଥିଲେ। ତୀର୍ତ୍ତୋଲ ଉପନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ ଅନେକ ଆର୍ଥିକ ସହାୟତା ଓ ବିଭିନ୍ନ ଦରଖାସ୍ତ ବିଚାର ଧୀନ ଅଛି । ତାଙ୍କୁ ଯଦି ସ୍ଥାନାନ୍ତର କରାଯାଏ ତେବେ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ।ପୁରୀ ଶ୍ରମ କାର୍ଯ୍ୟାଳୟରୁ ଆସିଥିବା ବିବାଦୀୟ ମଙ୍ଗଳ ଅଧିକାରୀଙ୍କୁ ଘୋର ବିରୋଧ କରି ଶ୍ରମ କାର୍ଯ୍ୟାଳୟରେ ପୁରେଇ ଦେଇନଥିଲେ।ତେବେ ବଦଳିକୁ ପ୍ରତ୍ୟାହାର କରି ସ୍ୱରୂପ କାନୁନଗୋ ଙ୍କୁ ପୁନଃ ନିର୍ଦ୍ଧେଶ ନାମା ଜାରିକରିବା ପ୍ରତିବାଦରେ ରାଜ୍ୟ ଶ୍ରମ ଆଯୁକ୍ତ, ଭୁବନେଶ୍ୱର,ଜଗତସିଂହପୁର ଜିଲାପାଳ, ଜଗତସିଂହପୁର ବିଧାୟକ, ଶ୍ରମ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।