ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବିଶେଶଜ୍ଞ କମିଟିର ଜେଲ ପରିଦର୍ଶନ

22

Get real time updates directly on you device, subscribe now.

ସୋନପୁର(ସଂଘର୍ଷ ମିଡିଆ) : – ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନିତ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ବିଶେଷଜ୍ଞ କମିଟି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମଦିନୀ ମୁଦୁଲିଙ୍କ ତତ୍ତ୍ୱାବଧାନରେ କମିଟିର ସଦସ୍ୟ ପ୍ରଫେସର ଶ୍ରୀ ନୀଳାମ୍ବର ଶତପଥି । ରାଜୀବ ଲୋଚନ ଗୁରୁ । ହେମନ୍ତ କୁମାର ସା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ ଶ୍ରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ପରିଦର୍ଶନରେ ଯାଇଥିଲେ । ଏହି ପରି ଦର୍ଶନ ସମୟରେ ସମ୍ବିଧାନ ଦିବସ ଉପଲକ୍ଷେ ଏକ ସଚେତନତା ମାଧ୍ଯମରେ ଜେଲ ଅନ୍ତେବାଷିଙ୍କୁ ଆମ ଭାରତୀୟ ସମ୍ବିଧାନରେ ଥିବା ମୌଳିକ ଅଧିକାର।କର୍ତ୍ତବ୍ୟ ଓ ଆଇନରେ ଥିବା ବ୍ୟବସ୍ଥା ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ସମ୍ବିଧାନର ନୀୟମ ପାଳନ ନିମନ୍ତେ ସଂକଳ୍ପ କରିଥିଲେ ।ଏହି ପରିଦର୍ଶନ ସମୟରେ ସମୟରେ ଆଇନ ସହ ଜଡିତ ଥିବା ଶିଶୁଙ୍କୁ ପାଇ ନଥିଲେ ।ଉକ୍ତ ପରି ଦର୍ଶନ ସମୟରେ ସୋନପୁର ଜେଲ ଆଧିକ୍ଷକ ଶ୍ରୀ ଡିଲେଶ୍ୱର ଜେନା ସହଯୋଗ କରିଥିଲେ । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More