ଜିଲ୍ଲା ରେଡକ୍ରସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଜିଲ୍ଲା ରେଡକ୍ରସ କାର୍ଯ୍ୟ କାରିଣୀ ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ରେଡ଼କ୍ରସ ଏକ ସେବାକାରୀ ଅନୁଷ୍ଠାନ ଓ ମାନବ ସେବାରେ ଏହାର ସ୍ୱଛାସେବୀ ସର୍ବଦା ନିୟୋଜିତ ବୋଲି କହିବା ସହ ଆଗାମୀ ରଥ ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ସେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ।ସେହିପରି ଚଳିତ ମାସ ୮ ତାରିଖରେ ରେଡକ୍ରସ ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ବିଗତ ବର୍ଷ ଭଳି ମେ ୮ ତାରିଖ ରେଡକ୍ରସ ଦିବସ ଅବସରରେ ସିଡିଏମଓଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ, ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ ଓ ଗୋପବନ୍ଧୁ ଆୟୁର୍ବେଦିକ ମହା ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଏସ ପି ପ୍ରଫୁଲ୍ଲ କୁମାର ବଡ଼ଜେନା, ଏ ଡି ଏମ ଓ ଡା ବିରଜା ଶଙ୍କର ରଥ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଗୋପବନ୍ଧୁ ଆୟୁର୍ବେଦିକ କଲେଜର ଅଧ୍ୟକ୍ଷ ଡା ସୁଦର୍ଶନ ବେହେରା, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଜୋଶୀ, ରେଡକ୍ରସ ର ଯୁଗ୍ମ ସମ୍ପାଦକ ଗୀତାଞଳି ପଣ୍ଡା, ବରିଷ୍ଠ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତିମା ମିଶ୍ର, ଜୟନ୍ତୀ ମହାପାତ୍ର, ଶ୍ୟାମ ପ୍ରକାଶ ସେନାପତି ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More