କେନ୍ଦ୍ରାପଡ଼ା:ସଂଘର୍ଷ :ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶ୍ରୀ ଚନ୍ଦ୍ରକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ‘ସତର୍କ ଭାରତ- ସମୃଦ୍ଧ ଭାରତ’ ବର୍ଷ ଉପରେ ଶପଥପାଠ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୧ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥ ପାଠ କରାଇ ବକ୍ତବ୍ୟରେ ‘ସତର୍କ ନାଗରିକ- ସମୃଦ୍ଧ ନାଗରିକ’, ‘ସତର୍କ ଗଣତନ୍ତ୍ର- ସମୃଦ୍ଧ ଗଣତନ୍ତ୍ର’ ଏବଂ ‘ସତର୍କ ଭାରତ- ସମୃଦ୍ଧ ଭାରତ’ ବର୍ଷ ଉପରେ ବକ୍ତବ୍ୟ ରଖି ସମସ୍ତ ନାଗରିକ ନିଷ୍ଠା ସତ୍ୟ ଏବଂ ନ୍ୟାୟୋଚିତ ଭାବରେ ନିଜ ନିଜର କର୍ମ ସମ୍ପାଦିତ କରି ଏକ ଅଖଣ୍ଡ ସମୃଦ୍ଧ ଭାରତ ପାଇଁ ଆହ୍ୱାନ ଦେଇଥିଲେ । ଏହି ସପ୍ତାହ ପାଳନ ଶପଥ ପାଠରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ରଥ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଗନ୍ତାୟତ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀମାନେ ଶପଥ ପାଠରେ ଅଂଶଗ୍ରହଣ କରିଥିଲେ ।କାଯ୍ୟାଳୟର ବରିଷ୍ଟ ରାଜସ୍ୱ ସହାୟକ ଶ୍ରୀ ଦିବାକର ମହାନ୍ତି, ନିର୍ଦେଶକ ଶ୍ରୀ ମଧୁସୂଦନ ମଲ୍ଲିକ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ା ରୁ ଭିକାରୀ ଚରଣ ରାଉତଙ୍କ ସହ ସୁନୀଲ ମହାପାତ୍ରଙ୍କ ରିପୋର୍ଟ !!