ଜିଲ୍ଲା ପ୍ରଶାସନ ପକ୍ଷରୁ ଡଃ ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସକାଳ ୭ ଘଟିକା ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଇଂ. ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସାନିଟେସନ ଏକ୍ସପର୍ଟ, ସୁନୀଲ କୁମାର ପ୍ରଧାନଙ୍କ ସହଯୋଗରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ସ୍ଵଚ୍ଛ ସାଥି ପରିମଳ କର୍ମଚାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଏବଂ ଏନ.ଏ.ସି. କର୍ମଚାରୀ ସଫେଇ କାମ କରିବା ସହିତ ବସ୍ତି ବାସିନ୍ଦାଙ୍କୁ ସ୍ଵଚ୍ଛତାର ବାର୍ତ୍ତା ପ୍ରେରଣ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଯୋଗଦେଇ ତହସିଲ କାର୍ଯ୍ୟାଳୟ ଛକ ସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ପଦାଧିକାରୀ, କର୍ମଚାରୀ, ଏନ.ଏ.ସି. କର୍ମଚାରୀ, ବୌଦ୍ଧ ଜିଲ୍ଲା ପାଣ, ଗଣ୍ଡା ସମାଜ ବିକାଶ ପରିଷଦର କର୍ମକର୍ତ୍ତା, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ସାମୁହିକ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟଠାରେ ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଚାରକ ଭାବେ ଡଃ ପ୍ରବୀର ଦାସ, ଅଧ୍ୟାପକ, କାର୍ତ୍ତିକେଶ୍ଵର ନାଏକ, ପ୍ରଧାନ ଶିକ୍ଷକ, ନବକିଶୋର ଦୀପ, ସହକାରୀ ଶିକ୍ଷକ, ଚିତ୍ତରଞ୍ଜନ ଦାସ, ଓକିଲ ସିନିୟର ସ୍ତରରେ ଏବଂ ଜ୍ଞାନଚାନ୍ଦ ଶତପଥି, ସହକାରୀ ଶିକ୍ଷକ, ସନ୍ତୋଷ କୁମାର କର୍ଣ୍ଣ, ସି.ଆର.ସି.ସି., ରମେଶ ପ୍ରସାଦ ମେହେର, ସାହିତ୍ୟିକ, ବିଜୟ କୁମାର ସାହୁ, ସହକାରୀ ଶିକ୍ଷକ ଜୁନିୟର ସ୍ତରର ବିଚାରକ କାର୍ଯ୍ୟ ତୁଲାଇ ଥିଲେ । ପରେ ପରେ ପୁରସ୍କାର ବତରଣୀ ସଭା ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ, ସୁକ୍ରୁ ସ୍ଵାଇଁ, ସହକାରୀ ଜିଲ୍ଲାପାଳ, ବୀରଞ୍ଚି ଧରୁଆ, ପ୍ରବୀର ଦାସ, ଅଧ୍ୟାପକ, ବିଚାରକବୃନ୍ଦ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବାର୍ତ୍ତା ପ୍ରଦାନ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଦଳବେହରା ଡଃ ବି.ଆର. ଆମ୍ବେଦକରଙ୍କ ସ୍ମୁତୀ ଚାରଣ କରିଥିଲେ ଏବଂ “ମଣିଷ ଜୀବନ ଦୀର୍ଘ ନ ହୋଇ ମହାନ ହେବା ଉଚିତ” ବୋଲି ବକ୍ତବ୍ୟ ଦେବା ସହ “ଜୀବନ ଆରମ୍ଭ ଭାରତୀୟ ଶେଷ ମଧ୍ୟ ଭାରତୀୟ” ଏଣୁ ଭାରତୀୟ ସମ୍ବିଧାନକୁ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରୀତାକାନ୍ତି ବଳିୟାରସିଂହ ସ୍ଵାଗତ ଭାଷଣ ସହ ସ୍ଵରଚିତ କବିତା ପାଠ କରିଥିଲେ ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More