ଜିଲ୍ଲା ପ୍ରଶାସନ ତରଫରୁ ୯ ମାସର ମା ଛେଉଣ୍ଡ ଶିଶୁକୁ ତୁରନ୍ତ ଶିଶୁ ଖାଦ୍ୟ ପ୍ରଦାନ କଲେ ଜିଲ୍ଲାପାଳ

11

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ୧୫ ଦିନ ତଳେ ନିଜ ମାଁ କୁ ହରାଇଥିବା ୯ ମାସର ଶିଶୁ କୁ ଜିଲ୍ଳା ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ସ୍ୱରୂପ ଶିଶୁ ଖାଦ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ l ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମର ଶଙ୍କର କୁମ୍ଭାର,୧୫ ଦିନତଳେ ନିଜ ମାଁ କୁ ହରାଇ ଥିବା ଶିଶୁ ଧନଞ୍ଜୟ କୁମ୍ଭାର କୁ ଧରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶଙ୍କୁ ନିଜର ସମସ୍ତ କଥା କହିଥିଲେ l ଶଙ୍କର କୁମ୍ଭାରଙ୍କ ଅସହାୟତାକୁ ହୃଦୟଙ୍ଗମ କରି ଡିସିପିଓ ଉକ୍ତ ପରିବାରକୁ ଜିଲ୍ଲାପାଳଙ୍କ ସହିତ ସାକ୍ଷତ କରାଇଥିଲେ l ଉକ୍ତ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରି ଶିଶୁକୁ ତୁରନ୍ତ ଆଶୁ ସହଯୋଗ ନିମନ୍ତେ ଜିଲ୍ଲାପାଳ ପରାମର୍ଶ କରିଥିଲେ l ମାଁ ଛେଉଣ୍ଡ ଶିଶୁ ପାଇଁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଶିଶୁ ଖାଦ୍ୟ ନିମନ୍ତେ ନାନ ପ୍ରୋ-2, ୬ ଗୋଟି ଶିଶୁ କ୍ଷୀର ସହ କ୍ଷୀର ବୋତଲ ଶଙ୍କର କୁମ୍ଭାର ଙ୍କୁ ପ୍ରଦାନ କରି ଶିଶୁକୁ ଘରେ ପ୍ରସ୍ତୁତ ଶିଶୁ ଖାଦ୍ୟ ପ୍ରଦାନ କରିବାକୁ ପରାମର୍ଶ କରିଛନ୍ତି l ପରେ ଶଙ୍କର କୁମ୍ଭାର ଙ୍କ ଅନ୍ୟ ୨ ସନ୍ତାନ ଙ୍କୁ ଜିଲ୍ଳା ଶିଶୁ ସୁରକ୍ଷା କର୍ମଚାରୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆଗରେ ଉପସ୍ଥାପନ କରିଥିଲେ l ଏହି ସମୟରେ ଜିଲ୍ଳା ଜରୁରୀ ଶାଖା ଅଧିକାରୀ ଇପ୍ସିତା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ,ଜରୁରୀ ଶାଖା ବରିଷ୍ଠ ସହାୟକ ଦିନେଶ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ପରାମର୍ଶ ଦାତା ପ୍ରଶାନ୍ତ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More