ଜିଲ୍ଲା ପ୍ରଶାସନର ମିଳିତ ଟିମ ଯାଞ୍ଚ କଲେ ପେଟ୍ରୋଲ ପମ୍ପ , ଆଜିଠୁ କଡାକଡ଼ି ହେଲା ‘ନୋ ହେଲମେଟ ନୋ ପେଟ୍ରୋଲ’

31

Get real time updates directly on you device, subscribe now.

ସୋନପୁର9ସଂଘର୍ଷ ମିଡିଆ ) : ଜିଲ୍ଲାରେ “ନୋ ହେଲମେଟ ନୋ ପେଟ୍ରୋଳ”କୁ ସମଗ୍ର ଜିଲ୍ଲାରେ କଡାକଡି କରିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପର୍ଯ୍ୟାୟ ରେ ବୈଠକ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯେଉଁ ପେଟ୍ରୋଲ ପମ୍ପ ଏହାର ଖିଲାଫ୍ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ସହ ଟଂ୫,000 ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ l ପୁନଶ୍ଚ ଜିଲ୍ଲାର ସଡ଼କ ସୁରକ୍ଷାକୁ ବ୍ୟବସ୍ଥିତ କରିବା ସହ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯିବା ନିମନ୍ତେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ମୁତାବକ ଗାଡି ଚାଳନାରେ ସାଧାରଣ ସତର୍କତା ଅବଲମ୍ବନ ପୂର୍ବକ ହେଲମେଟ ବ୍ୟବହାର, ସିଟ ବେଲ୍ଟ ପରିଧାନ କରିବା, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା , ଗାଡ଼ି ଚାଳନା ଲାଇସେନ୍ସ ଓ ଇନସ୍ୱରାନ୍ସକୁ ନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଜନସାଧାରଣ ଙ୍କୁ ପରାମର୍ଶ କରାଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ନୋ ହେଲମେଟ ନୋ ପେଟ୍ରୋଲ କୁ ଗୁରୁତ୍ୱ ପ୍ରଦାନ ପୂର୍ବକ ଜିଲ୍ଲା ପ୍ରଶାସନ ତରଫରୁ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ଙ୍କ ତତ୍ୱାବଧାନରେ ପରିବହନ ବିଭାଗ ର କର୍ମକର୍ତ୍ତା, ଏସ ଡି ପି ଓ, ସୋନପୁର ପୁଷ୍ପାଞ୍ଜଳି ନିଙ୍ଗୀ ଙ୍କ ସମେତ ପୋଲିସ ବିଭାଗ ର କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ତଥା ଗଣମାଧ୍ୟମ ପ୍ରତିନିଧି ଙ୍କ ଏକ ମିଳିତ ଟିମ ନିଷ୍ପତି ର କାର୍ଯ୍ୟକାରିତା କୁ ସୁନିଶ୍ଚିତ କରିବା ସହ ପେଟ୍ରୋଲ ପମ୍ପ ମାଳିକ /ମ୍ୟାନେଜର ଙ୍କୁ ଉପରୋକ୍ତ ନିଷ୍ପତ୍ତି କୁ କଡାକଡି କାର୍ଯ୍ୟକାରୀ କରିବାକୁ ପରାମର୍ଶ କରିଛନ୍ତି । ଆଜିଠାରୁ ଏହାକୁ କଠୋର ଓ କଡାକଡି କରିବା ଆଭିମୁଖ୍ୟରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ କୁ ଅଚାନକ ଯାଞ୍ଚ କରାଯିବ ତେଣୁ ସମସ୍ତ ପେଟ୍ରୋଲ ପମ୍ପ ମାଳିକ /ମ୍ୟାନେଜର ନିଜ ନିଜର ତେଲ ଟ୍ୟାଙ୍କ ପରିସରରେ ଆବଶ୍ୟକ ସଚେତନତା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି l ଆଗକୁ “ନୋ ହେଲମେଟ ନୋ ପେଟ୍ରୋଲ “କୁ ସୁନିଶ୍ଚିତ ଓ କଡାକଡି କରିବା ନିମନ୍ତେ ପରିବହନ ବିଭାଗ ଓ ପୋଲିସ ବିଭାଗ ର ମିଳିତ ଯାଞ୍ଚ ଜିଲ୍ଲାର ପ୍ରତ୍ୟେକ ପେଟ୍ରୋଲ ପମ୍ପ ରେ କରାଯିବା ସହିତ ଅମାନିଆ ଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More