ଜିଲ୍ଲା ପାଠାଗାର ଉନ୍ନତିକରଣ ନିମନ୍ତେ କମିଟି ବୈଠକ ଅନୁଷ୍ଠିତ

13

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପାଠାଗାର ସହିତ ଅଧିକ ସଂଖ୍ୟକ ପାଠକ ପାଠିକା ସାମିଲ ପାଇଁ ଜିଲ୍ଲା ପାଠାଗାର ଉନ୍ନତିକରଣ କମିଟି ବୈଠକ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ସଦସ୍ୟ ସଦସ୍ୟାମାନଙ୍କୁ ସ୍ୱାଗତ କରି ବୈଠକର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ପାଠାଗାର ପାଇଁ ଜିଲ୍ଲାର ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପୁସ୍ତକ ଦାନ ପାଇଁ ଜିଲାପାଳ ଶ୍ରୀଯୁକ୍ତ ସାହୁ ଆହ୍ୱାନ ଜଣାଇଥିଲେ । ପାଠାଗାର ପରିଚାଳନା ପାଇଁ ବୈଠକରେ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କଠାରୁ ବିଭିନ୍ନ ପ୍ରସ୍ତାବ ନିଆଯାଇଥିଲା । ଜିଲ୍ଲାପାଳଙ୍କ ଉଦ୍ୟମକ୍ରମେ ଅକ୍ଟୋବର ୨ ତାରିଖରେ ଏହି ପାଠାଗାରକୁ ନୂତନ ରୂପ ଦେଇ ଉଦଘାଟନ କରାଯାଇଥିବାବେଳେ ପାଠାଗାରକୁ କିପରି ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କିପରି ଆକର୍ଷିତ ହୋଇପାରିବେ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯେପରି ପାଠାଗାର ପ୍ରତି ଆକର୍ଷିତ ହୋଇପାରିବେ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଦାୟିତ୍ୱ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସପ୍ତାହକୁ ଅନ୍ତତଃ ଦୁଇଦିନ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ,ବକ୍ତୃତା,ପ୍ରବନ୍ଧ ଲିଖନ,ସଙ୍ଗିତ,କ୍ଷୁଦ୍ର ଗଳ୍ପ କଥନ,ଚିତ୍ରାଙ୍କନ ତଥା ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଛାତ୍ରଛାତ୍ରୀମାନଙ୍କ ପାଠାଗାର ପ୍ରତି ଆକର୍ଷଣ ବୃଦ୍ଧି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପାଠାଗାରର ବିକାଶ ପାଇଁ ଜିଲ୍ଲାବାସୀ ସହଯୋଗ କରିବା ସହିତ ଶହେ ଟଙ୍କା ଦେଇ ନିଜେ ପାଠାଗାରର ସଦସ୍ୟ ହେବା ସହିତ ନିଜର ପରିବାର ସଦସ୍ୟ ଓ ସମସ୍ତ ପରିଚିତ ବ୍ୟକ୍ତିବିଶେଷଙ୍କୁ ଏହି ଅଭିଯାନରେ ସାମିଲ କରିବାକୁ ଜିଲ୍ଲାପାଳ ଶ୍ରୀସାହୁୂ ଆହ୍ୱାନ ଜଣାଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ବୌଦ୍ଧ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ମହିଳା କଲେଜ ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ପୃଷ୍ଟି,କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ,ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜିବ କୁମାର ପ୍ରଧାନ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ଓ ବୌଦ୍ଧ କଲେଜ ଲାଇବ୍ରେରିଆନ ଅଜିତ କୁମାର ମିଶ୍ରଙ୍କ ସମେତ ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ । ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More