ଜିଲ୍ଲା ନୋଡାଲ ସଚିବ ଭୂପିନ୍ଦ୍ର ସିଂ ପୁନିଆଁଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

12

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଆଜି ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ଭୂପିନ୍ଦ୍ର ସିଂ ପୁନିଆଁ, ପରିଚାଳନା ନିର୍ଦେଶକ ଇପିକଲ, ଓଡିଶାଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି l ସେ ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲୁଥିବା ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ କରିଛନ୍ତି l ସେ ଏହି ପରିପ୍ରେକ୍ଷୀରେ ସୋନପୁର ପୌରପରିଷଦ ଅନ୍ତର୍ଗତ କୁମ୍ଭାରପଡା ଓ ଖଦାଳପଡ଼ା, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡୋଘାଟ, ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର, ହରଡ଼ଖୋଲ ଓ ଖାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲେ ଠାରେ ସ୍ଥିତ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ଖାରୀ ପଞ୍ଚାୟତ ଅନ୍ତର୍ଗତ ବଡ଼ବାହାଲି ସ୍ଥିତ ଛତୁଆ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରରେ ସଦାସର୍ବଦା ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ଦେବାକୁ ସଦସ୍ୟାଙ୍କୁ ପରାମର୍ଶ ଦେଇଛନ୍ତି, ତରେଇକେଲା ଠାରେ ନିର୍ମାଣଧୀନ ଏମ ଏସ ଏମ ଇ ପାର୍କ ସହ ସାହାଜପିଟା ଠାରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ସୀତାରାମ ଛତୁ ଚାଷ ଓ ମଞ୍ଜି ଉତ୍ପାଦନ କେନ୍ଦ୍ର ତଥା 5T ଉପକ୍ରମରେ ରୂପାନ୍ତରଣ ଗଙ୍ଗାଧର ମେହେର ଉଚ୍ଚବିଦ୍ୟାଳୟ ସାଗରପାଲି ର ପରିଦର୍ଶନ ସହ ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ପାଣିମୁରା ଠାରେ ପ୍ରଥମ ଶସ୍ୟ ଭିତ୍ତିକ ନିର୍ମାଣଧୀନ ଇଥାନେଲ ପ୍ଲାଣ୍ଟକୁ ମଧ୍ୟ ପରିଦର୍ଶନ ରେ ଯାଇଥିଲେ l ମାନ୍ୟବର ସଚିବ ପରିଦର୍ଶନ ସମୟରେ ସ୍ଥାନୀୟ ହିତାଧିକାରୀଙ୍କୁ କେନ୍ଦ୍ରର ପରିଚାଳନାଗତ ସୁବିଧା ଅସୁବିଧା ତଥା ଖାଉଟି ଦ୍ରବ୍ୟ ର ସଠିକ ଉପଲବ୍ଧତା ଓ ଗୁଣାତ୍ମକମାନ ସମ୍ପର୍କରେ ପଚାରି ବୁଝିବା ସହିତ ସ୍ଥାନୀୟ ଖାଉଟି, ହିତାଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ସହ ମତବିନିମୟ କରିଥିଲେ l ନୋଡାଲ ସଚିବ ଙ୍କ କ୍ଷେତ୍ର ପରିଦର୍ଶନରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର,ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଏମ ଡିଆଇସି ବଳଭଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାଶ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ, ବିଡିଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ବିଡିଓ ଉଲୁଣ୍ଡା କରିସ୍ମା ବେସ୍ରା, ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ନାୟକ, ଏମ ଆଇ, ସ୍ଥାନୀୟ ସରପଞ୍ଚ, ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ବୃନ୍ଦ ଉପସ୍ଥିତ ରହିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More