ଜିଲ୍ଲା ଦୌରାଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

40

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଅଶୋକ କୁମାର ପଣ୍ଡା ଆଜି ଚନ୍ଦାହାଣ୍ଡି ଜେଏମ ଏଫସି କୋର୍ଟ ପରିଦର୍ଶନ କରିବା ସହ କୋର୍ଟର ନଥିପତ୍ର ସମୀକ୍ଷା କରି ଫେରିଯାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚନ୍ଦାହାଣ୍ଡି ଓକିଲ ସଂଘ ତରଫରୁ ଜିଲ୍ଲା ଜଜ୍ ଶ୍ରୀ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଧନା ପ୍ରଦାନ କରିବା ସହ ଓକିଲ ମାନଙ୍କ ସମସ୍ୟା ଉତଥାପନ କରିଥିଲେ । ଗତ ୨୩ ତାରିଖରୁ ନବରଙ୍ଗପୁର ଜିଲ୍ଲା କୋର୍ଟରୁ ସିରସ୍ତାଦାର ଲମ୍ବୋଦର ମିଶ୍ର ,ଉମେଶ ଅଧିକାରୀ, ସଞ୍ଜୟ ତ୍ରିପାଠୀ ଆସି ଚନ୍ଦାହାଣ୍ଡି କୋର୍ଟ ର ସମସ୍ତ ନଥିପତ୍ର ଯାଞ୍ଚ କରିବା ସହ ଅଦାଲତର ସୁବିଧା ଅସୁବିଧା ବୁଝିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ଜେଏମଏଫସି ସବ୍ୟସାଚୀ ପ୍ରଧାନ, ସରକାରୀ ଓକିଲ ପ୍ରଶାନ୍ତ କୁମାର ସାହୁ , ଓକିଲ ମହମ୍ମଦ ହୁସେନ,ଜୟଦେବ ଖମାରୀ,କ୍ଷେମରାଜ ବାଘ, ହୁମେଶ୍ୱର ହଂସ, କୋର୍ଟ କର୍ମଚାରୀ କେଦାରଗୌରୀ ପାଞ୍ଜିଆ, କେଶରୀ ମନହିରା, ସର୍ବେଶ୍ୱର ପୁଜାରୀ, ସାବେରିଆ ଏକ୍କା,ବଳରାମ ମାଝୀ, ଜାନୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More