ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ 73ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତ ରତ୍ନ ବାବା ସାହେବ ଡାକ୍ତର ଭୀମ ରାଓ ରାମଜି ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ରେ ଦଳିତ ବିକାଶ ପରିଷଦର ଜିଲା ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ମାଲ୍ୟାର୍ପଣ କରାଯିବା ସହ73ତମ ଭାରତର ସମ୍ବିଧାନ ଦିବସ ପାଳିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ, ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ଲେଙ୍କା, ଦଳିତ ବିକାଶ ପରିଷଦ ର ସମ୍ପାଦକ ଅକ୍ଷୟ କୁମାର ମଲ୍ଲୀକ ଯୋଗଦେଇ ବାବା ସାହେବ ଛଟି ଭାଷାରେ ବ୍ୟୁପତି କରିଥିବାରୁ ସେ ଏକାଧାରରେ ଜଣେ ଆନ୍ତର୍ଜାତିୟ ବିଦ୍ୱାନ, ଦକ୍ଷ ଆଇନଜ୍ଞ,ରାଜନୀତିଜ୍ଞ, ଅର୍ଥ ନୀତିଜ୍ଞ, ସମ୍ବିଧାନ ବିତ, ମହାନ ସମାଜ ସଂସ୍କାରକ, ଓ ଦାର୍ଶନିକ ଥିଲେ।ତାଙ୍କ ଆଧୁନିକ ଭାରତର ମନୁ ବୋଲି କୁହାଯାଏ ମତବ୍ୟକ୍ତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅମ୍ରିତା ପ୍ରିୟଦର୍ଶିନୀ ମୁଦୁଲି, ଦେବଯାନୀ ବେହେରା, ସୌମ୍ୟଶ୍ରୀମୟୀ ନାୟକ,ପୂର୍ଣ୍ଣଚନ୍ଦ୍ର ଦାସ, ସୁବାଷ ଭୋଇ ପ୍ରମୂଖ ଯୋଗଦେଇ ମାଲ୍ୟାର୍ପଣ କରିବା ସହ ସମ୍ବିଧାନ ପ୍ରଣେତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।