ଜିଲ୍ଲା ଡ୍ରାଇଭର ସଙ୍ଘ ପକ୍ଷରୁ ୯ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

19

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଆଜି ୯ ଦଫା ଦାବି ପୂରଣ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଡ୍ରାଇଭର ସଙ୍ଘ ପକ୍ଷରୁ ଅତିରିକ୍ତ ଜିଲ୍ଲପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିବା ସହ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଡ୍ରାଇଭର ସଂଘର ମୁଖ୍ୟ କଥା ହେଉଛି ସରକାର ରାଜ୍ୟରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସ୍କିମ କରୁଥିବା ବେଳେ ଡ୍ରାଇଭର ମାନଙ୍କ ପାଇଁ କାହିଁ ସ୍ଥାଣୁ ପାଲଟିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ମନ୍ତ୍ରୀ ଭବନ ପର୍ଯ୍ୟନ୍ତ ପ୍ରତ୍ୟକଟି ସ୍ଥାନରେ ଡ୍ରାଇଭର ମାନଙ୍କ ଙ୍କ ପ୍ରମୁଖ ଭୂମିକା ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ, ସରକାର କିପରି ଅଣଦେଖା କରୁଛନ୍ତି ତାହା ବୁଝିବା ବଡ କଷ୍ଟକର ବ୍ୟାପାର । ମନ୍ତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁ ମାନଙ୍କ ପର୍ଯ୍ୟନ୍ତ ସମସ୍ତିଙ୍କୁ ପରିକ୍ରମା କରାଉଥିବା ଏହି ଡ୍ରାଇଭର ଜଣକ ଆଜି ଅସହାୟ ହୋଇପଡିଛି. ତାର ଦୁଃଖ କହିଲେ ନସରେ ନିଜ ଜୀବନକୁ ପାଣିଛଡ଼ାଇ କି ରାତି କି ଦିନ ଗାଡି ଚଳାଇ ଲୋକଙ୍କ ଜୀବନ ରକ୍ଷା କରେ କିନ୍ତୁ ଯଦି କାଲି ସକାଳେ ତାର କୌଣସି ଦୁର୍ଘଟଣାରେ ମୃତ୍ୟୁ ଘଟେ ତେବେ ତାର ପରିବାରକୁ ସାହା କିଏ ହେବ ? ଆଜକୁ ଦୀର୍ଘ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡ୍ରାଇଭର ସଙ୍ଘ ପକ୍ଷରୁ ୯ ଗୋଟି ଦଫା ମଧ୍ୟରେ ଡ୍ରାଇଭର ମାନଙ୍କ ଜୀବନ ବୀମା ହୋଇଥିବା ବେଳେ ରାସ୍ତାର କିଛି ବ୍ୟବଧାନରେ ପରିଶ୍ରା ଗାର, ବିଶ୍ରାମ ଗାର ଓ ଜଳଛତ୍ର ଆଦି କରାଗଲେ ଡ୍ରାଇଭର ମାନେ ଉପକୃତ ହୋଇପାରନ୍ତେ. କିନ୍ତୁ ବର୍ତ୍ତମାନ ସ୍ତିତିରେ ସରକାର କର୍ଣପାତ କରୁନାହାନ୍ତି । ସବୁକୁ ନଜରରେ ରଖି ଜିଲ୍ଲା ଡ୍ରାଇଭର ସଙ୍ଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ୯ ଦଫା ଦାବିପତ୍ର ଦେବା ସହ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯଦି ଆଗକୁ ସରକାର ଉକ୍ତ ଦାବି ଗୁଡିକୁ ନଶୁଣନ୍ତି ତେବେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯିବା ସହ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଜିଲ୍ଲା ଡ୍ରାଇଭର ସଙ୍ଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More