ଜିଲ୍ଲା ଡ଼୍ରାଇଭର ମହାସଂଘ ତରଫରୁ ୧୦ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ଆଜି ନବରଙ୍ଗପୁର ଜିଲ୍ଲା ଡ୍ରାଇଭର ମହାସଂଘ ଜିଲ୍ଲା ସଭାପତି ଦିଲୀପ କୁମାର ସୁନାଙ୍କ ନେତୃତ୍ୱରେ ସଙ୍ଘ ତରଫରୁ ୧୦ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ପ୍ରଦାନ କରାଯାଇଛି । ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ କକ୍ଷ, ସଭା ପରିଚାଳନା ପାଇଁ କାର୍ଯ୍ୟାଳୟ ନଥିବା ଯୋଗୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାଜିକ କାର୍ଯ୍ୟ ଯଥା ରକ୍ତ ଦାନ, ଅନାଥ ଏବଂ ଗରିବ ପାଇଁ ଅନ୍ନ ଦାନ, ସହିତ ସ୍ୱେଚ୍ଛାସେଵୀ ଭାବେ ବି କାର୍ଯ୍ୟ କରୁଥିବାରୁ ଏସବୁ ପାଇଁ ସରକାରୀ ଜାଗା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଜାଗା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତହସିଲଦାର ନବରଙ୍ଗପୁରଙ୍କୁ ପତ୍ର ଲେଖି ଜଣାଇବେ ବୋଲି ଆଶ୍ଵାସନା ଦେଇଥିବା ଜିଲ୍ଲା ମହାସଂଘ ର ସଭାପତି ଶ୍ରୀ ସୁନା ଜଣାଇଛନ୍ତି । ଏଥିରେ ଜିଲ୍ଲା ଡ୍ରାଇଭର ମହାସଂଘ ର ଆଇନ ପରାମର୍ଶଦାତା ଶ୍ରୀକାନ୍ତ କୁମାର ପଣ୍ଡା , ବ୍ଳକ ସଭାପତି କୁନା ଗୌଡ଼,ଡାବୁଗାଁ ବ୍ଲକ ସଭାପତି ସନ୍ତୋସ ଭତ୍ରା ଓ ଜିଲ୍ଲାର ୧୦ଟି ବ୍ଲକରୁ ଆସିଥିବା ସଙ୍ଘର ପ୍ରତିନିଧି ଓ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More