ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ଦୋକାନରେ ଚଢାଉ

12

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ସଦରମହକୁମାସ୍ଥିତ ବଜାରରେ ଥିବା ବିଭିନ୍ନ ଦୋକାନ ଉପରେ ଜିଲା ଜନସ୍ୱାସ୍ଥ୍ୟ ବିଭାଗ ଶୁକ୍ରବାର ଚଢାଉ କରିଛି | ବଜାରରେ ଥିବା ପାନ ଦୋକାନ, ତେଜରାତି ଦୋକାନ, ବେକେରୀ, ଫଳ ଦୋକାନ ଓ ଲସି ଓ ଜୁସ ଦୋକାନ ଗୁଡିକ ଉପରେ ଚଢାଉ କରିଥିଲେ | ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ, ଗୁଟୁଖା, ତମାଖୁ ଆଦି ଯାଞ୍ଚ କରିଥିଲେ | ପ୍ରାୟ ୧୭ ଟି ଦୋକାନରେ ଚଢାଉ କରି ମୋଟ ୩୪୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା | ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ତମାଖୁ ମୁକ୍ତ ଅଭିଯାନ ଚାଲୁଥିବାରୁ ତମାଖୁ ବିରୋଧରେ ଲଢିବା ପାଇଁ ତମାଖୁ ବିକ୍ରି ଓ ତମାଖୁ ଖାଇବା ଲୋକଙ୍କୁ ମଧ୍ୟ ଯାଞ୍ଚ କରି ତାଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯିବ | ଏହି ଚଢାଉରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନବ କିଶୋର ବେହେରା, ଜିଲ୍ଲା ମହାମାରୀ ବିଶେଷଜ୍ଞ ଡା. ଶିଳ୍ପୀ ଦାଶ ଓ ଜିଲ୍ଲା ଅଣ ସଂକ୍ରାମକ ରୋଗ ପରାମର୍ଶଦାତା ତରୁଣ କୁମାର ସାହୁଙ୍କ ସମେତ ଥାନା ଉପ-ସହ-ନିରୀକ୍ଷକ ପୁଷ୍ପଲତା ସୁନାନୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁରୁ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More