ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

29

Get real time updates directly on you device, subscribe now.

ପାରଳାଖେମୁଣ୍ଡି (ସଂଘର୍ଷ ମିଡିଆ): – ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୫୪ ତ୍ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳ ୧୦.୦୦ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମହୋନା ବିଧାୟକ ଦାସରଥି ଗମାଙ୍ଗଙ୍କ ଉପସ୍ଥିତି ରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଉଥିଲା। ଏବଂ ମହାତ୍ମାଗାନ୍ଧୀଙ୍କ ନିତୀ ଆଦର୍ଶ ଉପରେ ଅନୁପ୍ରାଣିତ ଏହି କଂଗ୍ରେସ ଦଳର ଆଭିମୁଖ୍ୟକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ ଶ୍ରୀ ଗମାଙ୍ଗ।ଦେଶ ସ୍ବାଧୀନ ହେବା ଠାରୁ ଆଜି ପର୍ଯ୍ୟନ୍ତ ଏହି କଂଗ୍ରେସ ଦଳର ନେତା କର୍ମୀମାନେ ସଦାସର୍ବଦା ଗାନ୍ଧିଜୀ ନିତୀ ଆଦର୍ଶ ଆଧାରିତ କରି ଆଜି ମଧ୍ୟ ଦେଶରେ କଂଗ୍ରେସ ଦଳ ଆଗରେ ଅଛି। ଏହି କାର୍ଯ୍ୟକ୍ରମ ପରେ କାର୍ଯ୍ୟାଳୟ ପରିସରରେ ଥିବା ସ୍ତଳରେ ଏବଂ ବିଭିନ୍ନ ସ୍ଥାନରେ ଆଜିର ଏହି ପବିତ୍ର ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇନଥିବା ବେଳେ ବହୁତ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା, ଅଭିମନ୍ୟୁ ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ରାଜା ପାତ୍ର,କୁନା ମାଝୀ, ବାବୁଲି ସାହୁ, ନିରାକାର ପାଣିଗ୍ରାହୀ,ଆଜିମ ସାହିଦ ରାଫି ପ୍ରମୁଖ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More