ଜିଲ୍ଲା ଆଇନ ସେବା ପ୍ରାଧିକରଣ ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ଖାତିଗୁଡା ଗ୍ରାମର ବୃଦ୍ଧା ମତି କୁମ୍ଭାରଙ୍କୁ ଗତ ୫ ମାସ ହେଲା ବାର୍ଦ୍ଧକ୍ୟଭତ୍ତା ମିଳିନଥିବା ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ନଜରରେ ଆସିଥିଲା । ଏହି ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ଜନକ ରାଉତଙ୍କ ପାଖରେ ପହଞ୍ଚିଥିଲା। ସଚିବ ଶ୍ରୀଯୁକ୍ତ ଜନକ ରାଉତ କଥାଟିର ଗୁରୁତ୍ଵ ବୁଝି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦ୍ଧେଶ କ୍ରମେ ସଚିବ ବ୍ଲକ ଉନ୍ନୟନ ଅଧିକାରୀ, ତେନ୍ତୁଳିଖୁଣ୍ଟି ଶ୍ରୀଯୁକ୍ତ ଦୁର୍ଜ୍ୟଧନ ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ କୁମାର ପାତ୍ର ଓ ପାରା ଲିଗାଲ ସଦସ୍ୟ ଶ୍ରୀଯୁକ୍ତ ଶେଖର ଖୁରାଙ୍କ ସହ କଥା ହୋଇଥିଲେ ଓ ବୃଦ୍ଧା ମତି କୁମ୍ଭାରଙ୍କୁ କିପରି ସାହାଯ୍ୟ ମିଳିପାରିବ ସେ ବିଷୟରେ ବ୍ୟବସ୍ତା କରିବାକୁ କହିଥିଲେ । ଏହି ନିର୍ଦ୍ଧେଶ କ୍ରମେ ବୃଦ୍ଧା ମତି କୁମ୍ଭାରଙ୍କୁ ତାଙ୍କ ଘରେ ଗତ ୧୪.୦୯.୨୦୨୨ ଦିନ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି ।ନବରଙ୍ଗପୁର ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More