ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଠାରେ ଏକାଠି ହେଲେ ପରିବାର

228

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ବର୍ଷ ବର୍ଷ ଧରି ପଡି ରହିଥିବା ଜମି ବିବାଦକୁ ସମାଧାନ କରାଇ ପାରିଛି ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ । ଦରଖାସ୍ତକାରୀ ସୁଜାତା ମାଝି, ସ୍ଵାମୀ– ଭଗବାନ ମାଝି, ଗ୍ରାମ- ଚନ୍ଦ।ହାଣ୍ଡି, ଜିଲ୍ଲା- ନବରଙ୍ଗପୁର, ତାଙ୍କର ବହୁ ଦିନ ଧରି ଜମି ଜମା ସଙ୍କ୍ରାନ୍ତିୟ ବିବାଦ ଥିବାରୁ ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରକୁ ଆବେଦନ କରିଥିଲେ । ଉକ୍ତ ଦରଖାସ୍ତଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତଙ୍କ ନଜରକୁ ଆସିଥିଲା ଓ ସେ ସମସ୍ୟାଟିକୁ ଗୁରୁତ୍ଵ ସହ ଗ୍ରହଣ କରିଥିଲେ ଓ ଉଭୟ ପକ୍ଷଙ୍କୁ ନୋଟିସ କରି ଡକା ଯାଇଥିଲା । ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତତ୍ଵା ବଧାନରେ ଏବଂ କନସିଲେଏଟର ସୁବାଶ ଚନ୍ଦ୍ର ପାଳ ଓ ମନୋରମା ମାଝି ଉଭୟ ପକ୍ଷଙ୍କୁ ବୁଝାଇଥିଲେ ଓ ଅପୋଷ ମିଳାମିଶା କରାଯାଇଥିଲା । ଶେଷରେ ଉଭୟ ପକ୍ଷ ଅପୋଷ ମିଳାମିଶା ବୁଝାମଣା ପତ୍ର ସାକ୍ଷର କରିଥିଲେ ଏବଂ ଏହିଭଳି ଘଟଣ।ର ପୁନରାବୃତି ନ ହେବାକୁ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତଙ୍କ ପ୍ରଚେଷ୍ଟାରେ ଏମାନଙ୍କ ଭିତରେ ବହୁ ବର୍ଷ ଧରି ରହିଥିବା ବିବାଦର ଅନ୍ତ ଘଟାଇଥିଲେ ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More