ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ

13

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ଓଡିଶା ରାଜ୍ୟ ଆଈନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଅଭିଯାନର ପ୍ରଥମ ଦିନରେ (୨୨।୦୫।୨୦୨୩) ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପ।ଳ ଡ. କମଳ ଲଚନ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ଜିଲ୍ଲା ଅରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ସୁଧାଂଶୁ କୁମାର ପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁରର ମିଳିତ ପ୍ରୟାସ କ୍ରମେ ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଆୟୋଜିତ ହୋଇଥିଲା ଏବଂ ଉକ୍ତ କାର୍ଯ୍ୟକ୍ରମରେ ୨ ଜଣଙ୍କୁ ଟ୍ରାଇ ସାଇକେଲ, ଜଣଙ୍କୁ ଅନ୍ଧବାଡି, ୧୮ ଜଣଙ୍କୁ ଆଶାବାଡି, ଦୁଇ ଜଣଙ୍କୁ କୁତ୍ରିମ ହାତ, ଜଣଙ୍କୁ(୧) କୁତ୍ରିମ ଗୋଡ ଏବଂ ୩୫ ଜଣଙ୍କୁ ଭତ୍ତା ପ୍ରଦାନ କରଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପାରାଲିଗାଲ ସ୍ଵେଚ୍ଛାସେବିଙ୍କ ର ସହଯୋଗରେ ଲୋକଙ୍କ ଘର ଘର ବୁଲି ଦିବ୍ୟାଙ୍ଗ ମାନେ କିପରି ସେମାନଙ୍କର ନାର୍ଜ୍ୟ ଅଧିକାରରୁ ବଞ୍ଛିତ ନ ହେବେ ସେଥିପାଇଁ ପ୍ରଚାର ଜାରି ରଖିଛନ୍ତି ଏବଂ ଯେଉଁମାନେ ସେମାନଙ୍କର ନାର୍ଜ୍ୟ ଅଧିକାରରୁ ବଞ୍ଛିତ ସେମାନଙ୍କୁ ଚିହ୍ନଟ କରୁଛନ୍ତି । ସାରା ଜିଲ୍ଲାର ପ୍ରତେକ ବ୍ଲକରେ ଏହି ‘Door to Door Campaign for Persons with Disability’ ଚଲାଯାଇଛି । ନବରଙ୍ଗପୁର ଜିଲ୍ଲାରେ ଏହି ଅଭିଯାନ ୨୨.୦୫.୨୦୨୩ ଠାରୁ ୨୯.୦୫.୨୦୨୩ ଯାଏ ଚାଲିବ ଏବଂ ଦିବ୍ୟାଙ୍ଗ ମାନେ ଏହାର ସୁଯୋଗ ନେବାପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର, ଡ଼ି.ଡ଼ି.ଆର.ଓ., ନବରଙ୍ଗପୁର (ଜିଲ୍ଲା ମୁଖ୍ୟ ଚିକିସ୍ୟଳୟ ପରିସରରେ), ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁର ଓ ପାରାଲିଗାଲ ସ୍ଵେଚ୍ଛାସେବି ମାନଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ଶ୍ରୀଯୁକ୍ତ ଜନକ ରାଉତ କହିଛନ୍ତି । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଯୋଗାଯୋଗ ନମ୍ବର. ୦୬୮୫୮-୨୨୨୪୪୫। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More