ଜିଲ୍ଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ

29

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : -ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ସ୍ଥିତ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି 1947 ମସିହା ଅଗଷ୍ଟ ମାସର ଆଜିର ଦିନରେ ଭାରତ ସ୍ୱାଧୀନତା ପାଇଥିଲା। 75 ତମସ୍ବାଧୀନତା ଦିବସକୁ ଅମୃତ ମହୋତ୍ସବ ରୂପେ ପାଳନ କରାଯାଇଛି ।ଏହିଅବସରରେ ନବରଙ୍ଗପୁର ଷ୍ଟାଡିୟମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା,କ୍ରୀଡା ଓ ଯୁବସେବା ବ୍ୟାପାରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରି ଜିଲ୍ଲାବାସୀଙ୍କ ଉଦ୍ଧେଶ୍ୟରେ ଉଦବୋଧନ ଦେଇଥିଲେ ।ଏହି ମହୋତ୍ସବରେ ସନ୍ମାନୀୟ ଅତିଥିଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବପ୍ରଧାନୀ,ଡାବୁଗାଁ ବିଧାୟକ ଶ୍ରୀ ମନହର ରନ୍ଧାରୀ, ନବରଙ୍ଗପୁର ଜିଲାପାଳ ଡ଼ଃ ଅଜିତ କୁମାର ମିଶ୍ର ,ଆରକ୍ଷୀ ଅଧିକ୍ଷକ ଶ୍ରୀସ୍ମିତ ପରମାର ପୁରୁଷୋତ୍ତମ ଦାସ,ଉପଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ସମେତ ଜିଲ୍ଲାର ଅଧିକାରୀ ମାନେ ଯୋଗ ଦେଇଥିଲେ । ଚଳିତ ବର୍ଷ କୋରନା କଟକଣା ଯୋଗୁ କୌଣସି ବିଭାଗ ବା ଶିକ୍ଷାଆନୁଷ୍ଠାନ ପେରେଡ଼ରେ ଭାଗ ନେଇନଥିଲେ । ଏହିଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର,ଅଗ୍ନିଶମ ବିଭାଗ,କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର,ପୌରପାଳିକା ପରି ସ୍ୱାସ୍ଥ୍ୟ ସେବାରେ କୋଭିଡ ସହ ଲଢ଼ି ଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ମାନ ପତ୍ର ଓ ଆର୍ଥିକ ସହୟତା ରାଶି ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More