ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

18

Get real time updates directly on you device, subscribe now.

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଉଦଘାଟିତ ହୋଇଯାଇଛି। ଆଜିର ଏହି ଉଦଘାଟନ ସମାରୋହରେ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ,ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଓଡ଼ିଶା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ମାନ୍ୟବର ସାଂସଦ ବ୍ରହ୍ମପୁର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ମାନ୍ୟବର ବିଧାୟକ ମୋହନା, ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ ଭାବରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଜିଲ୍ଲାପାଳ ଗଜପତି ଯୋଗ ଦେଇଥିବା ବେଲେ। ଡ଼ାକ୍ତର ତୁଷାର ରଞ୍ଜନ ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି ଓ ଶ୍ରୀମତୀ ଲିସା ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜପତି ପ୍ରମୁଖ ଯୋଗଦାନ କରି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୪ କୁ ଶୁଭ ଉଦଘାଟନ କରିଥିଲେ।

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାକୁ ଉଦ୍ଘାଟନ କରି ବିଭିନ୍ନ ବିଭାଗର ଷ୍ଟଲ୍ ବୁଲି ଦେଖିବା ସହ ଚାଷୀମାନଙ୍କ ସହିତ କଥା ହୋଇଥିଲେ। ଜିଲ୍ଲାର ୭ଜଣ ମତ୍ସ୍ୟ ଚାଷୀ ଭାଇ ଭଉଣୀ ମାନଙ୍କୁ ମାଛ ଧରା ଜାଳ, ବାସ୍କେଟ ସହିତ ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ରୁ ରାୟଗଡ଼ ବ୍ଲକ୍ ର ଶ୍ରୀ ପାଉଲ୍ ଶବର ଙ୍କୁ ଏକ ତିନି ଚକିଆ ଯାନ ଓ ବରଫ ବାକ୍ସ ଓ ବିଦ୍ୟାଧର ଭୂୟାଁ ଙ୍କୁ ମଟର ସାଇକେଲ ସହ ବରଫ ବାକ୍ସ ପ୍ରଦାନ କରାଯାଇଛି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ଏହି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଓଡ଼ିଶାର ଗଜପତି ଜିଲ୍ଲାରୁ ଆରମ୍ବ କରାଯାଉଛି ଯାହା ସତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ କରିବା ପାଇଁ ଗଜପତି ମହାରାଜାର ମୁଖ୍ୟ ଭୂମିକା ରହିଥିବାରୁ ଏହି ଜିଲ୍ଲାରୁ ମେଳା ଆରମ୍ଭ କରାଯାଇଛି। ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ପାଳକ ଚାଷୀଙ୍କ ନିଜର ଜୀବିକା ନିର୍ବାହ କରିବା ପାଇଁ ଏହି ବିଭାଗ ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଅଛି। ଜିଲ୍ଲାକୁ ବିକାଶ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି ,ଜିଲ୍ଲା ପ୍ରଶାସନ ,ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ସମସ୍ତେ ଏକ ହୋଇ କାର୍ଯ୍ୟ କଲେ ଜିଲ୍ଲା ତଥା ରାଜ୍ୟର ବିକଶିତ ହୋଇପାରିବ। ସେହିପରି ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କ ଆବେଦନ ପତ୍ର ଗ୍ରହଣ କରାଯିବା ସହିତ ସରକାରଙ୍କ ତରଫରୁ ପାଉଥିବା ଯୋଜନାରେ ସାମିଲ କରାଯିବାକୁ କହିଥିଲେ। ଚାଷୀମାନଙ୍କର ଅର୍ଥନୀତିକ ବିକାଶ ପାଇଁ କୁକୁଡ଼ା,ମତ୍ସ୍ୟ,ଘୁଷୁରୀ ଓ ଗୋ ପାଳନ ବୋଲି ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ଯୋଜନାରେ ବ୍ୟାଙ୍କ ତଥା ବିଭାଗ ପକ୍ଷରୁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ ଏଣୁ ସମସ୍ତେ ଚାଷୀ ଭାଇ ଭଉଣୀ ମାନେ ଏକାଗ୍ରତା ହୋଇ କାର୍ଯ୍ୟ କରିବା ପାଇଁ ଅନୁରୋଧକରିଥିଲେ। ଗଜପତି ଜିଲ୍ଲାକୁ ପାଞ୍ଚ ବର୍ଷ ପାଇଁ ପଷ୍ୟ ଜିଲ୍ଲା ବାଭରେ ମାନ୍ୟବର ମନ୍ତ୍ରୀ ଗ୍ରହଣ କରିଛନ୍ତି, ଯାହା ନିଜ ବିଭାଗ ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ସେହିପରି ବିଭାଗ ଦ୍ଵାରା କାର୍ଯ୍ୟକାରି କରାଯାଇଥିବା ସମସ୍ତ ଯୋଜନାକୁ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ବିଭାଗର ଅଧିକାରୀଙ୍କୁ କହିଥିଲେ। ଜିଲ୍ଲାର ସମସ୍ତେ ଏକ ହୋଇ କାର୍ଯ୍ୟ କଲେ ଗଜପତି ଜିଲ୍ଲା ବିକଶିତ ହୋଇପାରିବ ବୋଲି କହିଥିଲେ।
ମାନ୍ୟବର ସାଂସଦ ବ୍ରହ୍ମପୁର ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ,ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଜିଲ୍ଲାର ସମସ୍ତ ଜନପ୍ରତିନିଧି, ସମସ୍ତ ଚାଷ ଭାଇ ଭଉଣୀ ଓ ଜିଲ୍ଲାପ୍ରଶାସନ ମିଳିତ ଭାବରେ କାର୍ଯ୍ୟ କଲେ ଗଜପତି ଜିଲ୍ଲାକୁ ସୁନାର ଜିଲ୍ଲା ଭାବରେ ଗଡିପରିବା ଓ ସମସ୍ତେ ଏକ ହୋଇ କାମ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକରେ ଜନସାଧାରଣ କିପରି ଅଧିକ ଲାଭବାନ ହୋଇପାରିବେ ସେଥିନିମନ୍ତେ ମଧ୍ୟ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ସଚେତନତା କରାଯାଇଛି। ଜିଲ୍ଲାରେ ମତ୍ସ୍ୟ ଓ ଛେଳି ଚାଷ କରିବା ପାଇଁ ଭଳ ପରିବେଶ ଥିବାରୁ ଜିଲ୍ଲା ବାସୀଙ୍କୁ ମତ୍ସ୍ୟ ଓ ଛେଳି ଚାଷ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ।ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ବିଭିନ୍ନ ଚାଷ କରିବା ପାଇଁ ପ୍ରାଥମିକ ଭାବେ ସୁଯୋଗ ଦିଆଯିବ ଏବଂ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ନୁତନ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ଓ ପଶୁପାଳନ କଲେ ଅଧିକ ଲାଭବାନ ହୋଇପାରିବ ବୋଲି ସମସ୍ତ ଅତିଥି ଗଣ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଶ୍ରୀମତୀ ଲିସା ବେହେରା ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନଭେମ୍ୱର ୮ ଓ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଦରେ ଆଲୋଚନା କରଯାଇଥିଲା। ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପଯୋଗି ପରାମର୍ଶ ପ୍ରଦାନ କରିଥିଲେ।
ଏହି ଅବସରରେ ଜିଲ୍ଲାରେ ବେଷ୍ଟ ଚାଷୀ ଭାବେ ଗୋଷାଣୀ ବ୍ଲକର ଶ୍ରୀ କୋଟା ଦେବ ରାଜୁ , ମୋହନା ବ୍ଲକର ମା ମଙ୍ଗଳା ମହିଳା ମଣ୍ଡଳ ସ୍ୱୟଂ ସହାୟିକା ଗୋଷ୍ଠୀ, ଗୁମ୍ମା ବ୍ଲକର ସେଙ୍କରି ଶବର ଓ ମୋହନା ବ୍ଲକର ଉଜ୍ଜେଲେଶ୍ୱରି ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ସଫଳତା ବାଭାରେ ଚାଷ କରିଥିବାରୁ ପୁରସ୍କୃତ କରାଯାଇଛି। ଚାଷୀ ଭାଇ ଭଉଣୀ ମାନଙ୍କୁ ଉତ୍ସିତ କରିବା ପାଇଁ ବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅୟୋଜନ କରାଯାଉଛି। ଏହି ମେଳାରେ ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ପଶୁ ସମ୍ପଦ, ମତ୍ସ୍ୟ ବିଭାଗ, ମିଶନ ଶକ୍ତି, କୃଷି ବିଭାଗ, ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଇତ୍ୟାଦି ୨୦ ଗୋଟି ବିଭିନ୍ନ ଷ୍ଟଲ୍ ଖୋଲାଯାଇ ଚାଷୀଙ୍କୁ ସଚେତନତା କରଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି, ଶ୍ରୀ ଅଂଶୁମାନ ମହାପାତ୍ର, ପ୍ରକଳ୍ପ ପ୍ରଶାସକ, ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି , ଡ଼ାକ୍ତର ମନୋଜ କୁମାର ସାହୁ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗଞ୍ଜାମ,ଡ଼ା.ରମାକାନ୍ତ ରଣା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି , ଡ଼.ଦାମୋଦର ଶତପଥୀ, ପ୍ରଫେସର ସେଞ୍ଚୁରୀୟନ ବିଶ୍ଵବିଦ୍ୟାଳୟ,ପାରଳାଖେମୁଣ୍ଡି ,ବିଭିନ୍ନ ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ, ବିଭନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ମେଳାରେ ଉପସ୍ଥିତ ଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More