ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

19

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ଚୟନ -୨୦୨୨ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ଡାବୁଗାଁ ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ | ଏଥିରେ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ୪୦ଟି ବିଦ୍ୟାଳୟରୁ ବିଜ୍ଞାନ ମେଳାରେ ୩୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଏଥିରେ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦଳବେଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯୋଡିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ, କର୍ଚ୍ଚାମାଳ, ବିଏସପଦର, ନିସନାହାଣ୍ଡି, କୋଡିଙ୍ଗା, ରାଇଘର, ଦଳେଇଗୁଡା ଉଚ୍ଚ ବିଦ୍ୟାଳୟର ୯ଟି ବିଜ୍ଞାନ ପ୍ରକଳ୍ପ ଚୟନ କରଯାଇଥିଲା | ଉକ୍ତ ୯ ଟି ପ୍ରକଳ୍ପ ରବିବାର ଜୋନାଲ ସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶିତ ହେବ | ସେହିପରି ବାଳକ ବିଭାଗ ଭଲିବଲ ପ୍ରତିଯୋଗିତାରେ ନିସନାହାଣ୍ଡି ଉଚ୍ଚ ବିଦ୍ୟାଳୟ ବିଜେତା ଓ ଭାମିନୀ ଉଚ୍ଚ ବିଦ୍ୟାଳୟ ଉପବିଜେତା ଏବଂ ବାଳିକା ବିଭାଗରେ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜେତା ଓ ଯୋଡିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟ ଉପବିଜେତା ହୋଇଥିବା ବେଳେ ଗରୁଡଗୁଡା ଆଶ୍ରମ ବିଦ୍ୟାଳୟ ଛାତ୍ରମାନେ ଭଲ ଖେଳିଥିବାରୁ ସ୍ଵତନ୍ତ୍ର ପୁରସ୍କାରଦେବା ପାଇଁ ମନୋନୀତ କରାଯାଇ ଥିଲା| ଶେଷରେ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଡିଓ ଶରତ ମାଝି, ସମ୍ମାନିତ ଅତିଥି ଭାବେ ଶିକ୍ଷକ ତ୍ରିପତି ମାଳୀ, ହୃଷୀକେଶ ସାହୁ, ସତ୍ୟ ପାତ୍ର, ସାଧୁରାମ ଭତ୍ରା, ରଞ୍ଜନ କୁମାର ବେହେରା, ସନ୍ତୋଷ କୁମାର ଷଡଙ୍ଗୀ, କାଳିକିଂକର ପଟ୍ଟନାୟକ ଓ ଶୁଭେନ୍ଦୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ମନୋଜ ପଟ୍ଟନାୟକ ମଞ୍ଚ ସୁନ୍ଦର ଭାବେ ପରିଚାଳନା କରିଥିଲେ | ଏଥିରେ ଜୋନାଲ ସ୍ତରକୁ ଚୟନ ହୋଇଥିବା ବିଜ୍ଞାନ ପ୍ରକଳ୍ପ ଓ ଭଲିବଲର ଛାତ୍ରୀଛାତ୍ର ମାନଙ୍କୁ ଓ ସ୍ଵତନ୍ତ୍ର ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More