କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : -ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ କେନ୍ଦ୍ରାପଡ଼ା ମୁନିସିପାଲଟି ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଅନିତା ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠି,ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର,ମୁଖ୍ୟ ଚିକିତ୍ସାଆଳୟର ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ,ପୌର ଅଧ୍ୟକ୍ଷା ସରିତା ସାହୁ,ବସନ୍ତ କୁମାର ସାହୁ,ଡ଼ ସଚ୍ଚିଦାନନ୍ଦ ମିଶ୍ର,ଡ଼ ପ୍ରମୋଦ ପ୍ରହରାଜ,ଡ଼ ନୃପେନ୍ଦ୍ର ଶତପଥୀ, ସଂଯୁକ୍ତା ମିଶ୍ର, ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ , ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ।୯ ଟି ବ୍ଲକ ଓ ୨ ଟି ପୌରପାଳିକା ଅଞ୍ଚଳରେ ଆଶା,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ସଦସ୍ୟମାନେ ଉତ୍ସର୍ଗୀକୃତ ସେଵା ପ୍ରଦାନ କରିଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଗୀତାଞ୍ଜଳି ଦାଶ, ମିନତୀ ମହାପାତ୍ର, ଅଶୋକ କୁମାର ସାହୁ,ଦୀପକ କୁମାର ସ୍ୱାଇଁ, ଅମିତ କୁମାର ପଣ୍ଡା,ଜଗନ୍ନାଥ ସାମଲ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ। କେନ୍ଦ୍ରାପଡ଼ାରୁ ମଧୁସୂଦନ ନାଥଙ୍କ ରିପୋର୍ଟ ।