ଜିଲ୍ଲାର ସମସ୍ତ ଚର୍ଚ୍ଚରେ ଯୀଶୁଙ୍କ ପୁନରୁଥାନ ଦିବସ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲାର ସମସ୍ତ ଚର୍ଚ୍ଚରେ ଯୀଶୁଙ୍କ ପୁନରୁଥାନ ଦିବସ ବା ବିଜୟ ଦିବସ ପାଳିତ ହୋଇଯାଇଛି। ୩ଦିନ ତଳେ ବା ଶୁଭ ଶୁକ୍ରବାର ଦିନ ଯୀଶୁଙ୍କୁ ବିନା କାରଣରେ ଦଣ୍ଡିତ କରି ପିଲାତ କୃଶରେ ଛଡ଼ାଇବାକୁ ଅନୁମତି ଦେଇଥିଲେ। ତଥାପି ଯୀଶୁ ଯେଉଁମାନେ ମତେ କୃଶରେ ଛଡାଇଛନ୍ତି ସେମାନେ କିଛି ଜାଣି ନାହାନ୍ତି ତେଣୁ ହେ ପିତା ଏମାନଙ୍କୁ କ୍ଷମା କର ବୋଲି ପିତାଙ୍କୁ କହିଥିଲେ। ଯୀଶୁ କୃଶରେ ସପ୍ତ ବାଣୀ ଉଚ୍ଚାରଣ କରିଥିଲେ। ଯୀଶୁଙ୍କ ସହିତ ଆଉ ୨ଜଣଙ୍କୁ ମଧ୍ୟ କୃଶ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।ଜଣେ ଯୀଶୁଙ୍କୁ ହେ ପ୍ରଭୁ ମତେ ଆପଣ ଗଲା ବେଳେ ମତେ ଟିକେ ସ୍ମରଣ କରିବେ ବୋଲି କହିଥିଲେ। ତାଙ୍କୁ ଯୀଶୁ ତୁମେ ମୋ ସହିତ ଉପସ୍ଥିତ ହେବ ବୋଲି କହିଥିଲେ। ଯୀଶୁଙ୍କୁ କୃଶରେ ମୃତ୍ୟୁ ପରେ ଗଲୋଗଥା ପାହାଡରେ ଏକ ବିରାଟ ପଥର ଗୁଡ଼ାଇ ରଖା ଯାଇଥିଲା।କାଳେ ଯିଶୁ ଉଠିବେ କିମ୍ବା ଚୋର ଚୋରି କରି ନେଇ ଯିବେ। କିନ୍ତୁ ସେଭଳି କିଛି ହୋଇ ନ ଥିବା ଜଣା ପଡିଛି। ଯୀଶୁ ପିନ୍ଧିଥିବା ପଟ୍ଟ ବସ୍ତ୍ର ମୁଣ୍ଡର ରୁମାଲ୍ ଆଜି ଯାଏ ସୁରକ୍ଷିତ ସ୍ଥାନରେ ରହିଥିବା ଜଣା ଯାଇଛି। ଏହାକୁ ପ୍ରଥମ ଯୀଶୁଙ୍କ ୧୨ଶିଷ୍ୟ ମାନଙ୍କ ମଧ୍ୟରେ ସିମନ ପିତର ଓ ଯୋହନ ମୃତ ସମାଧି ସ୍ଥାନ ରେ ଯାଇଥିଲେ, ଯୋହନ ପ୍ରଥମେ ଗଲେ ଦେଖିଲେ,ପରେ ସିମନ ପିତର ଯାଇ ସମାଧି ସ୍ଥାନ ଦେଖିଲା ବେଳେ ପଟ୍ଟ ବସ୍ତ୍ର ଓ ରୁମାଲ୍ ପାଇଥିଲେ।ଆଜି ଜୀବନ୍ତ ଗଲଗତା ପାହାଡ଼ରେ ଦେଖିବାକୁ ମିଳୁଛି ବୋଲି ସୂଚନା ଦେଇଥିଲେ। ଗୋଟିଏ କଥା ସମସ୍ତଙ୍କ ମନରେ ଉଙ୍କି ମାରେ ଯୀଶୁ ନିଜ ବସ୍ତ୍ର ଛାଡ଼ି ଉଲଗ୍ନ ଶରୀରରେ ରହିଥିବେ, କିନ୍ତୁ ତାହା ନୁହେଁ,ଯିଶୁ ଆଜିର ଦିନ ରେ କବର ସ୍ଥାନ ରୁ ଉଠି ଈଶ୍ୱର ଙ୍କ ପରିହିତ ବସ୍ତ୍ର ପରିଧାନ କରି ରହିଥିବା ଜଣା ଯାଏ। ଆଜିର ଦିନରେ ମୃତ୍ୟୁ କୁ ଜୟ କରିଥିବାରୁ ତାଙ୍କୁ ମୃତ୍ୟୁ ବିଜୟୀ ଯୀଶୁ ବୋଲି କୁହାଯାଏ।ସେ ୩ଦିନ ମଧ୍ୟରେ ମୃତ୍ୟୁ ହୋଇ ପୁର୍ନଜୀବିତ ହୋଇଥିବାରୁ ପୁନର୍ଜୀବିତ ଯୀଶୁ ବୋଲି ମଧ୍ୟ କୁହାଯାଏ। ଆଜି ସାରା ଜଗତ ର ମନୁଷ୍ୟ ମାନଙ୍କ ପାଇଁ ନିଜ ଜୀବନ ଦେବାକୁ ସେ ଇଶ୍ଵରଙ୍କ ଠାରୁ ଦତ୍ତ ଅନୁସାରେ ଜାଗତିକ ହିସାବରେ ଜନ୍ମ ନେଇଥିଲେ। ନିଜ ରକ୍ତରେ ସମସ୍ତ ମାନବର ପାପ ମୋଚନ କରିଥିବା ଖ୍ରୀଷ୍ଟ ବିଶ୍ବାସୀ ମାନଙ୍କ ବିଶ୍ୱାସ ରହିଛି। ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ରେ ପାଳକ ମାନେ ପବିତ୍ର ବାଇବେଲର କିଛି ପଦ ପର୍ବ ପାଠ ଉପସ୍ଥିତ ବିଶ୍ବାସୀ ମାନଙ୍କୁ ବୁଝାଇ ଥିଲେ। ଭୋର ସକାଳୁ ଜିଲ୍ଲା ର ବିଭିନ୍ନ ଗ୍ରାମରେ ଯୀଶୁଙ୍କ ପୁନରୁଥାନ ପାଇଁ ସମସ୍ତ ବିଶ୍ବାସୀ ମାନେ ମହମବତୀ ଧରି ଗ୍ରାମ ଚର୍ଚ୍ଚ ଠାରୁ କବର ସ୍ଥାନ ଯାଏ ନିଜ ନିଜର ପୁର୍ବଜ ମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ। ପରେ ସାମୁହିକ ଭାବେ ଚର୍ଚ୍ଚରେ ମିଳିତ ହୋଇ ଯୀଶୁଙ୍କ ବିଜୟ ସଙ୍ଗୀତ ଗାନ କରିବା ସହିତ ପାଳକ ମାନେ ପୁନରୁଥାନ ବିଷୟରେ ବାକ୍ୟ ପରିବେଷଣ କରିଥିଲେ।ଏହି କ୍ରମରେ ଜିଲ୍ଲାର ପ୍ରଧାନ ମଣ୍ଡଳୀ ଠାରେ ପ୍ରଧାନ ମଣ୍ଡଳୀ ପରିଚାଳକ ରେଭ୍ ଯୁଝେଶ୍ୱର ନାୟକ, ରେଭ୍ ବବିଲନ ବିଷୋୟୀ, ରେଭ୍ ଏଲିଯା ବେଥ ବାଘ, ହାଲେଲୁୟା ଚର୍ଚ୍ଚ ରେଭ୍ ଡକ୍ଟର ତିମତି ଛିଞ୍ଚାଣି, ମାଝିଗୁଡ଼ା ରେଭ୍ ସୁରେନ୍ଦ୍ର ସୁନା, ଜାମ୍ୱଗୁଡ଼ା ପ୍ରଧାନ ମଣ୍ଡଳୀ ଠାରେ ପ୍ରଧାନ ମଣ୍ଡଳୀ ପରିଚାଳକ ରେଭ୍ ଅନନ୍ତ ନାଗ, କାମତା ରେଭ୍ ନମ୍ରଶିଲ, ତେନ୍ତୁଳିଖୁଣ୍ଟି କ୍ୟାଥଳିକ ଚର୍ଚ୍ଚ ଯେମେସ ମାଟମ, ତେନ୍ତୁଳିଖଣ୍ଟି ଯେ ଇଏଲ ଚର୍ଚ୍ଚ ରେଭ ବିପିନ ବିହାରୀ ଧାନଫୁଲ, ଖାତଗୁଡ଼ା ଚର୍ଚ୍ଚ ରେଭ କିଶୋର ଛତ୍ରିୟା, ଭୂର୍ଭୁସି ରେଭ ବିନୀତା ସୁନା, ଉମରକୋଟ ପୂଜାରିଗୁଡ଼ା ରେଭ୍ ଦାଉଦ୍ ସାଗର , ସମେତ ଜିଲ୍ଲା ର ୧୦ଟି ବ୍ଲକ୍ ରେ ପାଳକ ମାନେ ନିଜ ନିଜର ଚର୍ଚ୍ଚରେ ପୁନରୁଥାନ ପାଳନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More