ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ ) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୭୫ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୫୫ ଗୋଟି ଓ ସାମୁହିକ ଦରଖାସ୍ତ ୨0 ଗୋଟି ଗ୍ରହଣ କରାଯାଇଛି l ଗ୍ରହଣ କରାଯାଇଥିବା ୭୫ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୩୯ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୩୬ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l
ବି ଡି ଓ,ତରଭା ଶ୍ରୀ ବିନୟ ପଟେଲ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦେଶକ, ଡି ଆର ଡି ଏ -ଶ୍ରୀ ଡୋଳାମଣି ପଟେଲ,ଉପ ଜିଲ୍ଲାପାଳ, ସୋନପୁର ଶ୍ରୀ ନିହାର ରଞ୍ଜନ କଁହର , ବ୍ଲକ ଅଧ୍ୟକ୍ଷ ତରଭା ଶ୍ରୀ ସରୋଜ କୁମାର କମ୍ପ,ବ୍ଲକ ଉପାଧକ୍ଷ – ଶ୍ରୀ ହେମନ୍ତ କୁଅଁର, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।
Get real time updates directly on you device, subscribe now.