ଜଗତସିଂହପୁର( ସଂଘର୍ଷ ମିଡିଆ ) : ଜିଲ୍ଲାପାଳଙ୍କ ନିଜ ପଞ୍ଚାୟତ ତିର୍ତ୍ତୋଲ ବ୍ଲକ ଗୋପାଳପୁର (ଏସ) ପଞ୍ଚାୟତରେ ପ୍ରକୃତ ବନ୍ୟା ପିଡିତଙ୍କୁ ରିଲିଫ ପ୍ରଦାନ କରାନଯାଇ ପାତରଅନ୍ତର କରାଯାଇଥିବା ପ୍ରତିବାଦରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଆରରେ ଧାରଣା ସହ ସମ୍ମୁଖ ରାସ୍ତାକୁ ଅବରୋଧ କରାଯାଇ ରାସ୍ତାରୋକ କରାଯାଇଥିଲା । ଆନ୍ଦୋଳନକାରୀ ମାନେ ଶିଘ୍ର କ୍ଷତିଗସ୍ତଙ୍କୁ ରିଲିଫ ସହ ଅନ୍ୟ ସହାୟତା ପ୍ରଦାନ ପାଇଁ ଦାବୀ କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏଠାରୁ ବଦଳି ପାଇଁ ଦାବୀ କରି ନାରାବାଜି କରିଥିଲେ ।ଏ ସମ୍ପର୍କରେ ବିଡିଓ ଅଟଳ ବିହାରୀ ସ୍ଵାଇଁଙ୍କ ସହ ଫୋନରେ ଯୋଗାଯୋଗ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ସଞ୍ଜୁକ୍ତା ପୃଷ୍ଟି, କବିତା ପୃଷ୍ଟି, ଟୁନି ପୃଷ୍ଟି, ସୁଲୋଚନା ପୃଷ୍ଟି, ଜୟନ୍ତି ପୃଷ୍ଟି, ଅନିତା ପୃଷ୍ଟି, ଆରତି ପୃଷ୍ଟି, ସୁଲୋଚନା ମଲ୍ଲିକ, ରାନୁ ମଲ୍ଲିକ, ଜୟା ଦାସ, ଗୀତାଞ୍ଜଳି ମଲ୍ଲିକ, ଅନୁସୟା ଦାସ, ଡଲି ଦାସ, ମାତାଜୀ ମଲ୍ଲିକ, ରେବତୀ ପୃଷ୍ଟି, ପ୍ରତିମା ବେହେରା, କ୍ଷୀର ଗୋଛାୟତ, ମମତା ଗୋଛାୟତ, ଛବି ବାରିକ, ଅଞ୍ଜନା ପୃଷ୍ଟି, ବାସନ୍ତି ପୃଷ୍ଟି ପ୍ରମୁଖ ସାମିଲ ହୋଇଥିଲେ। ଭାଜପା ମହିଳା ମଣ୍ଡଳ ସଭାନେତ୍ରୀ ନମିତା ସେନାପତିଙ୍କ ନେତୃତ୍ୱରେ ଜିଲା ସମ୍ପାଦକ ବିଜୟ ଦାଶ, ଯୁବ ମୋର୍ଚ୍ଚା ସଭାପତି ଜ୍ୟୋତିରଞ୍ଜନ ସାହୁ, ବିରାଜ ମୋହନ ମହାପାତ୍ର, ବିଜୟ ବିଶ୍ଵାଳ ପ୍ରମୁଖ ପହଞ୍ଚି ସେମାନଙ୍କୁ ସମର୍ଥନ ପ୍ରଦାନ କରିଥିଲେ।