ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମାନୁନି ମନରେଗା ଯୋଜନା,  ୪ ବ୍ଲକରେ ଚାଲିଛି ବେଧଢ଼କ ମେସିନରେ କାମ 

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) ) ନବରଙ୍ଗପୁର ଜିଲ୍ଲାରେ  ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ୪ ବ୍ଳକ ପ୍ରଶାସନ ପକ୍ଷରୁ ଠିକାଦାର ଉପରକୁ କାର୍ଯ୍ୟନୁଷ୍ଠାନ ଶୂନ। ସରକାର ଗରିବଙ୍କ ପାଇଁ ଶହେ ଦିନ କାମ ଯୋଗାଇବା ପାଇଁ ମନରେଗା ଯୋଜନା କରିଛନ୍ତି ହେଲେ ନବରଙ୍ଗପୁର ଜିଲ୍ଲାର  ୪ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ କିନ୍ତୁ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ହେଉଛି। କାମରେ ମଣିଷ ବଦ ରେ ଜେସିବ ଓ ଟ୍ରାକ୍ଟର ସାହାଯ୍ୟରେ କାମ ହେଉ ଥିବା ଦେଖିବାକୁ ମିଳୁଛି । । ତେନ୍ତୁଳିଖୁଣ୍ଟି ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ନାକ ତଳେ ଚାଲିଛି ୧୦ଲକ୍ଷ ଟଙ୍କାର ମହାବନ୍ଦ ଖନନ କାର୍ଯ୍ୟ ଏଠାରେ  ସୂଚନା ଫଳକ ରେ କାମ ହେଉ ଥିବା ଦେଖିବାକୁ ମିଳୁଛି । ଡାବୁଗାଁ ବ୍ଲକ୍  ମେଦେନା ଗ୍ରାମ ପଞ୍ଚାୟତ ୨୦୨୦ରେ  ରାସ୍ତା ନଥିବା  ଜାଗାରେ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମାସାତ   ହୋଇଥିବା ବେଳେ ଡ଼ାବୁଗାଁ  ବିଡ଼ିଓ ଶରତ ମାଝୀ ଘଟଣାକୁ ମାନି ଯାଉଥିଲେ। ଗୋଟିଏ ଜାଗାରେ ନାହି ୯ଟି ଏମିତି ଜାଗାରେ ହୋଇଛି ବୋଲି ମଧ୍ୟ କହିବାକୁ ଭୁଲି ନ ଥିଲେ। ସେହିଭଳି ଝରିଗାଁ, ନନ୍ଦାହାଣ୍ଡି ବ୍ଲକରେ ମଧ୍ୟ ଦିନ  ରାତି ମେସିନ୍ ସାହାଯ୍ୟ ରେ କାମ ହେଉଥିବା ଅଭିଯୋଗ କଲେ ମଧ୍ୟ ବିଭାଗୀୟ ସରକାରୀ ଯନ୍ତ୍ରୀ  ବା ବ୍ଳକ୍ ପ୍ରଶାସନ ଶୁଣୁ ନାହାନ୍ତି। ଅନ୍ୟ ପଟେ ନବରଙ୍ଗପୁର  ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ  କଡା ନିର୍ଦ୍ଦେଶ ଅନୁଯାୟୀ ମନରେଗା କାମରେ ଯେ ସି ପି ମେସିନ୍ ବ୍ୟବହାର କଲେ ତୁରନ୍ତ ବନ୍ଦ କରିବା ସହ ବିଲ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବ୍ଳକ୍ ପ୍ରଶାସନ ପାଳନ କରୁ ନାହାନ୍ତି ।ଜିଲ୍ଲା ର ବିଦ୍ୟାଳୟ ଖେଳ ପଡିଆ, ନିର୍ମାଣ କାର୍ଯ୍ୟ ରେ ମଧ୍ୟ ଯେସିପି ମେସିନରେ କାର୍ଯ୍ୟ କରୁଥିବା ଜଣା ପଡିଛି। ଜିଲ୍ଲା ରେ କାମ ନ ପାଇ ଲୋକେ ଦାଦନ ପାଇଁ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି,  ଝରିଗାଁ, ଡାବୁଗାଁ ବ୍ଳକର ବହୁ ଲୋକ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା ବେଳେ, ଏଠାରେ କୁଜି ଠିକାଦାର ବିଭାଗୀୟ ଯନ୍ତ୍ରୀ ଓ ଜିଆରସ୍କୁ ହାତ  ଭାରିସି କରି ଯେସିପି ମେସିନ୍ ସାହାଯ୍ୟରେ କାମ କରୁ ଥିବା ଦେଖିବାକୁ ମିଳୁଛି । ତାହା ପୁଣି ବର୍ଷା ଦିନରେ ସରକାରଙ୍କ ନିର୍ଦ୍ଦେଶ ଜୁନ୍ ୧୫ପରେ କୌଣସି ମାଟି କାମ ହେବ ନାହି ବୋଲି ନିର୍ଦ୍ଦେଶ ରହିଥିବା ବେଳେ , ଜୁନ୍  ମାସ ଶେଷ ହେବାକୁ ବସିଲାଣି ତଥାପି ଚାଲିଛି ମାଟି କାମ।ଏ ସବୁ ଯଦି ଆଗାମୀ ଦିନରେ  ରୋକ ନ ଲାଗିଲେ ଆହୁରି ଅଧିକ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯିବେ ବୋଲି ସାଧରଣ ରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଆମେ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କହିଲେ ଯେହେତୁ ଶ୍ରମିକ ମିଳୁ ନାହାନ୍ତି ତେଣୁ ସମସ୍ତ ଙ୍କ କଥା ବୁଝି ମେସିନ୍ ବ୍ୟବହାର କରୁଛନ୍ତି ବୋଲି କହିଥିଲେ। ତେବେ କାହା ଛତ୍ରଛାୟା ତଳେ ରହି ବେଧଡକ ମେସିନ୍ ସାହାଯ୍ୟ ରେ କାମ କରୁଛନ୍ତି ତାହା ତଦନ୍ତ କରିବା ସହ ଜିଲ୍ଲାପାଳ ହସ୍ତକ୍ଷେପ କରି ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ  ବିରୁଦ୍ଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More