ଜିଲ୍ଲାପାଳଙ୍କ ଗସ୍ତପରେ ଚଳଚଞ୍ଚଳ ଖରଭୂଇଁ ଗ୍ରାମବାସୀ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବର୍ଷକରୁ ଉର୍ଦ୍ଧ ସମୟ ହେବ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ପଥରକ୍ବାରୀ ଓ କ୍ରସରକୁ ନେଇ ଚାଲିଛି ଛକାପଞ୍ଝା । ଏସବୁ ବିବାଦର ଅନ୍ତ ହେଲା ଆଉ କ୍ରସର ଚାଲିବନି ବୋଲି ଗତବର୍ଷ ସେପ୍ଟେମ୍ବର ୨୫ତାରିଖ କ୍ରସର କ୍ବାରୀ ମାଲିକ ଗ୍ରାମବାସୀ ପୁଲିସ ପ୍ରଶାସନ ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ । ଅତୀତ ଦିନରେ ଏ ଘଟଣାନେଇ ହରଭଙ୍ଗା ପଞ୍ଚାୟତସମିତି ବୈଠକ ମଧ୍ୟ ଅଚଳ ହୋଇଛି । ପଞ୍ଚାୟତ ସମିତିରେ ଏବଂ ଗ୍ରାମସଭାରେ ଆଉ ପଥରକ୍ବାରୀ କ୍ରସର ଖରଭୂଇଁ ଗ୍ରାମରେ ନଚଲାଇବା ପାଇଁ ସର୍ବସମ୍ମତ୍ତି ନିଷ୍ପତ୍ତି ମାନ ଗ୍ରହଣ କରାଯାଇଛି । ସବୁଠୁ ବଡକଥା ହେଲା ଅତୀତ ଦିନରେ ପିଡ୍ବୁଡି ବିଭାଗ ସମ୍ପ୍ରତି ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟନିମିତ୍ତ କ୍ବାଲିଟି ଟେଷ୍ଟରେ ବିଫଳ ହୋଇଛି ଏ ଅଞ୍ଚଳର ପଥର । ମାତ୍ର ସବୁସତ୍ତ୍ବେ ଜିଲ୍ଲାପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଲୋକଙ୍କ ଜୀବନ ଜୀବିକା ସ୍ବାସ୍ଥ୍ୟ ପ୍ରଭୃତିକୁ ପଛକୁ ପକାଇ ପଥରକ୍ବାରୀ ଓ କ୍ରସର ଚଲାଇବା ପାଇଁ ଆଗଭର ହୋଇଛି । ଗତକାଲି ଜିଲ୍ଲାପାଳ ଏସପି ତହସିଲଦାର ବିଡିଓ ପ୍ରମୁଖ ଆସି ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାପରେ ଲୋକେ ରୋକଠୋକ ଜବାବ ମଧ୍ୟ ଦେଇ କୌଣସି ପରିସ୍ଥିତିରେ କ୍ରସରକ୍ବାରୀ ନଚଲାଇବା ପାଇଁ ନିବେଦନ କରିଛନ୍ତି । ଆଜି ପୁର୍ବାହ୍ନରେ କୌଣସି ପରିସ୍ଥିତିରେ କ୍ରସର କ୍ବାରୀ ଚଲାଇନଦେବାକୁ ଜୁଲୁଙ୍ଗି ମାଟିଆଣିପିଠରେ ଗ୍ରାମବାସୀ ପୁଣିଥରେ ନନ୍ଦା ଅଣ୍ଡା ଫଟେଇ ନିୟମ କରିଛନ୍ତି ॥ ଯେ କୌଣସି ପରିସ୍ଥିତିରେ ବି କ୍ବାରୀ ନଚଲେଇବାକୁ ଶପଥ ନେଇଛନ୍ତି । ଅପରପକ୍ଷରେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ କ୍ବାରୀଚଲାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବାରୁ ଆଗାମୀ ଦିନରେ କୌଣସିଯେ ଅଘଟଣ ନ ଘଟିବ ସେକଥା ସନ୍ଦେହ ମୁକ୍ତ ନୁହେଁ । ଆଜିର ଏହି ଶପଥ ଗ୍ରହଣ ବୈଠକରେ ଗ୍ରାମ୍ୟକମିଟି ସମ୍ପାଦକ ହୃଦାନନ୍ଦ ଦେହୁରୀ ସଭାପତି ଅକ୍ଷୟ ନାୟକ ଅଶୋକ ପ୍ରଧାନ ରଞ୍ଜନ ବଗର୍ତ୍ତୀ ସୁକୃତା ଭୋଇ ତିଲୋତ୍ତମା କହଁର ସୁକୃତା ଭୋଇ ସୁନୀତା ପ୍ରଧାନ ପ୍ରଶାନ୍ତ ରଣା ଅନୀଲ ପ୍ରଧାନ ପ୍ରବୀଣ ଷାଣ୍ଡ ପ୍ରମୁଖ ଉପସ୍ଥିତଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More