ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପାଇଁ ଚେତାବନୀ

11

Get real time updates directly on you device, subscribe now.

ବଡ଼ମ୍ବା ( ସଂଘର୍ଷ ମିଡିଆ ) : ଦୁର୍ନୀତିଖୋରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ୨୧/୧୦ ବୁଧବାର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବେଲପଡା ଗ୍ରାମବାସୀ । କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଦିନିଆରୀ ଗ୍ରାମ ପଞ୍ଚାୟତର ସରପଞ୍ଚ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଳକ ସହକାରୀ ଯନ୍ତ୍ରୀ ଆଦିଙ୍କୁ ହାତବାରେସୀ କରି ବିଭିନ୍ନ ବେଆଇନ କାର୍ଯ୍ୟମାନ କରିଚାଲିଛନ୍ତି । ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଚେଷ୍ଟା ଜାରିରଖିବା ଫଳରେ ବେଆଇନକାରୀ ସରପଞ୍ଚ ବିଧାୟକଙ୍କ ରାଜନୈତିକ ହସ୍ତକ୍ଷେପ ଦ୍ବାରା ଅଭିଯୋଗକାରୀ ମାନଙ୍କ ନାମରେ ଏକାଧିକ ମିଥ୍ୟା ମକଦ୍ଦମା ରୁଜୁ କରାଇ ପୋଲିସ ସହାୟତାରେ ଭୟଭୀତ କରାଉଛନ୍ତି । ଦିନିଆରୀ ପଞ୍ଚାୟତରେ ବର୍ତ୍ତମାନ ନିର୍ମାଣଧିନ ରହିଥିବା କାର୍ଯ୍ୟ ଗୁଡ଼ିକୁ ଅନୁଧ୍ୟାନ କରି ତହସିଲଦାର ବେଆଇନ ନିର୍ମାଣ କରାଯାଉଥିବାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷମାନଙ୍କୁ ସରକାରୀ ଚିଠି ଜରିଆରେ ଜଣାଇଛନ୍ତି । ତଥାପି ସେ ସବୁକୁ ଖାତିରି ନକରି ବେଆଇନ ନିର୍ମାଣ କାର୍ଯ୍ୟ ଚାଲୁରହିଥିବାରୁ ଆଗାମୀ ସାତଦିନ ମଧ୍ୟରେ ଏହାର ତଦନ୍ତ କରି ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତା ୨୧/୧୦/୨୦୨୦ ତାରିଖ ବୁଧବାର ଠାରୁ ବେଲପଡା ଗ୍ରାମର ଶତାଧିକ ପୁରୁଷ ଓ ମହିଳା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ନରସିଂହପୁର ରୁ ସଞ୍ଜୟ ପଟ୍ଟନାୟକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More