ଜିଲିଣ୍ଡା ସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀ ମୃତଦେହ ଉଦ୍ଧାର

14

Get real time updates directly on you device, subscribe now.

ଅନଗୁଳ(ସଂଘର୍ଷ ମିଡିଆ) : ଅନୁଗୁଳ ବନଖଣ୍ଡ ଜିଲିଣ୍ଡା ରେଞ୍ଜ ଅଧିନ ସାତକୋଶିଆ ଜଙ୍ଗଲ କଟରଙ୍ଗ ସେକ୍ସନ ଭିଲେଜ ଏରିଆର ବାଙ୍କଧର ବିଟ ଅଞ୍ଚଳ ରେ ଗୋଟିଏ ଗୁଳିବିଦ୍ଧ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ଠାବ ହୋଇଛି । ହାତୀର ଡାହାଣ କାନ ପାଖରେ ବାଜିଛି ଗୁଳି। ହାତୀ ର ବୟସ 50 ବର୍ଷ ବୋଲି ରେଞ୍ଜର ସୂଚନା ଦେଇଛନ୍ତି। ହାତୀଟି ବୟସ୍କ ହୋଇଥିବା ଜଣା ପଡ଼ିଛି। ଯାହାକୁ ନେଇ ଆଜି ଜିଲିଣ୍ଡା ରେଞ୍ଜର ଲିଙ୍ଗରାଜ ଭୋଇ ସୂଚନା ଦେଇଛନ୍ତି। ଗତକାଲି ଶୁକ୍ରବାର ଦିନ କିଛି ଲୋକ କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମୃତ ହାତୀ ଠାବ ହୋଇଥିଲା। ତେବେ ୧୦ ଦିନ ତଳେ ଗୁଳି ବିଦ୍ଧ ହୋଇ ହାତୀର ମୃତ୍ୟୁ ହୋଇଥିଲା। କଡା ପ୍ରାଟୋଲିଂ ଅଭାବରୁ ବନ ବିଭାଗ ପାଖରେ ଖବର ନଥିଲା । ମୃତ ଦେହ ପଚି ଦୂର୍ଗନ୍ଧ ହେବାରୁ ପଦାକୁ ଆସିଛି ଘଟଣା। ଘଟଣା ସ୍ଥଳରୁ ହାତୀର ମୃତଦେହ ସହ ଦୁଇ ଫୁଟ ର ଦାନ୍ତ ଉଦ୍ଧାର ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More