ଜିଲିଣ୍ଡା ରେଞ୍ଜରେ ପୁଣି ହାତୀ କଙ୍କାଳ ଉଦ୍ଧାର କଲା ସାତକୋଶିଆ ବନ ବିଭାଗ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : : ଆଠଗଡ଼ ପରେ ଅନୁଗୁଳ ସାତକୋଶିଆ ବନଖଣ୍ଡ ରେ ହାତୀ ମଡ଼କ। ବନ ବିଭାଗକୁ ପଡିଛି ଶନି ଦଶା। ସାତକୋଶିଆ ବନଖଣ୍ଡର ସଂଲଗ୍ନ ନରସିଂହପୁର ଜିଲିଣ୍ଡା ବନାଞ୍ଚଳ ରେ ଦୀର୍ଘ ୧୪ମାସ ପୂର୍ବରୁ ଏକ ୨୦ ବର୍ଷର ଦନ୍ତା ହାତୀକୁ ମାରି ଦାନ୍ତ ଲୁଟିଛନ୍ତି ଲୁଟେରା। ସେଥିରେ ଜିଲିଣ୍ଡା ବନାଞ୍ଚଳ ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନ ଙ୍କର ସମ୍ପୃକ୍ତି ନେଇ ଜେରା ସମୟରେ ମାନିଛନ୍ତି ୱାଚର। ଏକ ବିଶ୍ୱସ୍ଥ ସୁତ୍ର ରୁ ଖବର ପାଇ ଦୁଇ ଦିନ ଧରି ସାତକୋଶିଆ ଅଞ୍ଚଳରେ ବୁଲି ବୁଲି ଜାଗା ଚିହ୍ନଟ କରିଥିଲେ ପରେ ଲୋକ ଲଗାଇ କୋଡ଼ି ଓ କୋଦାଳ ସାହାଯ୍ୟ ରେ ହାତୀ କଙ୍କାଳ ଉଦ୍ଧାର କରିଥିଲେ।ଏହି ଘଟଣା ପରେ ଜିଲିଣ୍ଡା ବନାଞ୍ଚଳ ଅଧିକାରୀ ହାରିଶ୍ଚନ୍ଦ୍ର ପ୍ରଧାନ ଙ୍କ ସମେତ ବନପାଳ ସହଦେଵ ସୋରେନ ଏବଂ ବନରଖୀ ଅନୁପମା ଅନୁପମା ସାହୁ ଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରାଯାଇଛି। ଘଟଣା ପରେ ଫେରାର ଥିବା ଜିଲିଣ୍ଡା ରେଞ୍ଜର ହାରିଶ୍ଚନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରାଯାଇଥିବା ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More