ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

22

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ଜିଲାସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇ ପ୍ରଶଂସିତ ହୋଇଛନ୍ତି |ନବରଙ୍ଗପୁର ଜିଲ୍ଲାପାଳ ଉକ୍ତ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବା ବେଳେ ପରିବେଶର ସ୍ଵଛତା,ଛାତ୍ରୀ ମାନଙ୍କ ଠାରୁ ଫୁଲତୋଡା ନିଜ ହାତରେ ତିଆରି କରି ସ୍ଵାଗତ କରି ଥିବା ଫୁଲତୋଡାକୁ ସାଇତି ରଖି ନବରଙ୍ଗପୁର ସର୍ଗିଫୁଲ ପ୍ରତିଜୋଗିତାରେ ଦେଖାଇ ଛାତ୍ରୀମାନଙ୍କୁ ପ୍ରସନ୍ସା କରିବା ଓ ପ୍ରତିଜୋଗିତାରେ ବିପୁଳ ଭାବେ ପୁରସ୍କାର ପାଇବା ନେଇ ଲୋକପ୍ରିୟ ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଖୁସି ପ୍ରକଟ କରିଥିଲେ।ଉକ୍ତବିଦ୍ୟାଳୟ ର ଛାତ୍ରୀମାନଙ୍କ ଫୁଲତୋଡାକୁ ସାଇତି କରି ରଖିଛନ୍ତି,ଜାହାକି ଚିରଦିନ ସ୍ମ୍ରୁତି ହୋଇ ରହିଥିବ। ବରିଷ୍ଠ ବିଭାଗରେ ତର୍କରେ ଅମିତା ଭତ୍ରା (୧ୟ) ବକୃତାରେ କରିସ୍ମା ଚ୍ଛତ୍ରିଆ (୧ୟ), ସୃଜନଶୀଳ ଲିଖନରେ ରୁନିତା ସାନ୍ତା (୧ୟ), କୁଇଜରେ ମିନତୀ ପୂଜାରୀ ଓ ହେମତା ଗଣ୍ଡ (୨ୟ), ଚିତ୍ରାଙ୍କନରେ ସସ୍ମିତା ଧୁରୁଆ (୧ମ), ଏକକ ନୃତ୍ୟରେ ଜସ୍ମିନ ସୁନା (୧ୟ), ଏକକ ଅଭିନୟରେ ବିମଳା ଭତ୍ରା (୨ମ), ଖୋଲା ସ୍ଲୋଗାନ ରେ ରୁନିତା ସାନ୍ତା (୨ୟ), ଦଳଗତ ନୃତ୍ୟରେ (୩ୟ) | ସେହିପରି କନିଷ୍ଠ ବର୍ଗରେ ତର୍କରେ ବିଜୁଳି ମାଝି (୧ମ) , ଏକକ ନୃତ୍ୟରେ ଶିଖାରାଣୀ ହରିଜନ (୨ୟ), ଏକକ ସଂଗୀତରେ ପୁଷ୍ପାଞ୍ଜଳି ଭତ୍ରା (୨ୟ), ବକୃତାରେ ଦିବ୍ୟଶ୍ରୀ ପୂଜାରୀ (୨ୟ) ସ୍ଥାନ ଅଧିକାର କରିଥିଲେ | ଏମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଭାଗନେବେ | ଛାତ୍ରୀ ମାନଙ୍କ ସଫଳତାରେ ଶିକ୍ଷକ,ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟମାନେ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକ ଓ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ପଖାରେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More