ଜିଲା ସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

14

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଓଡିଶା ସରକାରଙ୍କ ଓଡ଼ିଆ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲା ସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲାପାଳ ପାରୁଲ ପଟାୱରୀ ଗୋପାଳସାଗର ସାଇ ମନ୍ଦିର ନିକଟସ୍ଥ ପୁଷ୍କରିଣୀ ରେ ପୁଜାବିଧି ସହ ବୋଇତ ବନ୍ଦାଣ କରିଥିଲେ।ଏହି ଅବସରରେ ଆୟୋଜିତ ଉତ୍ସବ ରେ ଯୋଗଦେଇ ଜିଲାପାଳ କହିଲେ ପୂର୍ବେ ଉତ୍କଳର ସାଧବ ପୁଅ ମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଲଟଣା ବୋଇତ ରେ ବିଦେଶକୁ ନୌବାଣିଜ୍ୟ କରିବାକୁ ଯାଇଥିଲେ।ସେହି ନୌବାଣିଜ୍ୟ ପରମ୍ପରା କୁ ଉଜିବିତ କରି ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେଉଛି।ଏହି ଅବସରରେ ସାଇ ମନ୍ଦିର ସମ୍ମୁଖରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ମନୀଷା ମିଶ୍ର, ୨ୟ ସ୍ଥାନ ହାସଲ କରିଥିବା ସ୍ଥିତ ପ୍ରଜ୍ଞା ଜେନା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବୈଜୟନ୍ତୀ ତ୍ରିପାଠୀଙ୍କୁ ଜିଲାପାଳ ପୁରଷ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ଆଇନଜୀବୀ ଦୋଳଗୋବିନ୍ଦ ଦାଶ, ମଧୁସୂଦନ ସାହୂ, ରାଜେନ୍ଦ୍ର ଲେଙ୍କା, ହେମନ୍ତ କୁମାର ଲେଙ୍କା ପ୍ରମୂଖ ସାଇଟ୍ରଷ୍ଟ ର କର୍ମକର୍ତ୍ତା ଯୋଗଦେଇଥିଲେ।ସଂକିର୍ତନ ପରିବେଷଣ କରାଯାଇଥିଲା।ଜିଲାପାଳ ପ୍ରଥମେ ସାଇମନ୍ଦିରରେ ପୂଜାର୍ଚନା କରିଥିଲେ।ଜିଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More