ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ଠାରେ ନବରଙ୍ଗପୁର ଜିଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ କାର୍ଯ୍ୟକାରିଣୀ ବୈଠକ ସଂଘ ଉପସଭାପତି ତ୍ରିପତି ଦଳେଇଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ନିୟମିତ ଶିକ୍ଷକ ମାନଙ୍କୁ ସରକାର ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ନେଇ ଆଲୋଚନା ହୋଇଥିଲା | ସରକାର କିଛି ସରକାରୀ କର୍ମଚାରୀଙ୍କୁ ୫ ବର୍ଷ ଅବଧି ପାଇଁ ଇନକ୍ରିମେଣ୍ଟ ଦେଇଥିବା ସ୍ଵାଗତ କରିଥିଲେ ମଧ୍ୟ ଶିକ୍ଷା ସହାୟକ ରୁ ନିୟମିତ ହୋଇଥିବା ଶିକ୍ଷକ ମାନଙ୍କୁ କିଛି ବି ଘୋଷଣା କଲେ ନାହିଁ | ରାଜ୍ୟ ସଂଘର ସବୁ ପଦାଧିକାରୀଙ୍କୁ ଅବଗତ କଲାପରେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ନିଆଗଲା ନାହିଁ | ନବରଙ୍ଗପୁର ଜିଲାର ୧୦ ଟି ବ୍ଲକ ର ଶିକ୍ଷକ ମାନଙ୍କ ଦାବି ହେଉଛି ଯେ ଠିକା ନିଯୁକ୍ତି ବନ୍ଦ ସହ ୬ ବର୍ଷ ଠିକା ସମୟକୁ ଚାକିରିରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଚଳନ ଦାବୀରେ ୧୯ ତାରିଖରେ ବ୍ଲକ ସ୍ତରୀୟ ରାଲି କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇବା ପାଇଁ ନିସ୍ପତି ନିଆଯାଇଥିଲା | ଯଦି ୭ ଦିନ ମଧ୍ୟରେ ଦାବୀ ପୂରଣ ନ ହେଉଛି ରାଜ୍ୟ ସ୍ତର ରାଲିରେ ଶିକ୍ଷକ ମାନେ ଯୋଗ ଦେବାକୁ ନିସ୍ପତି ନିଆଯାଇଥିଲା | ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ସୁକୁମାର ପଣ୍ଡା, ସମ୍ପାଦକ ଗଣେଶ ପ୍ରସାଦ ରଣା, ବିକାଶ ରଞ୍ଜନ ନିଶଙ୍କ, ନରେଶ ପଟ୍ଟନାୟକ, ଏ. ଚନ୍ଦ୍ର ମୌଳି, ସର୍ବେଶ୍ଵର ପତି, ସପନ ଖୁରା, ଘନଶ୍ୟାମ ଗଣ୍ଡ, ଦେବେନ୍ଦ୍ର ନାୟକ, ବଳରାମ ହରିଜନ, ସୁରେଶ ଚନ୍ଦ୍ର ବେହେରା, ପ୍ରେମଦାସ ପନକା, ବିଶ୍ଵରଞ୍ଜନ ପଣ୍ଡା, ପରମେଶ୍ଵର ରାଜପୁତ, ଦେବୀପ୍ରସାଦ ପଟ୍ଟନାୟକ ଙ୍କ ସମେତ ୧୫୦ ରୁ ଉର୍ଧ ଶିକ୍ଷକ ମାନେ ଯୋଗ ଦେଇଥିଲେ | ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ।