ଜିଲା ଦଳିତ ବିକାଶ ପରିଷଦ ପକ୍ଷରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

31

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲା ଦଳିତ ବିକାଶ ପରିଷଦ ପକ୍ଷରୁ ଜଗତସିଂହପୁର ଜିଲା ରଘୁନାଥପୁର ରେ ବିଷ୍ଣୁଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଜିଲା ପ୍ରଶାସନ ଦ୍ୱାରା ଖବରକାଗଜ ଗୁଡା ଆବରଣ କୁ ହଟାଇବା ଦବୋରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।ଜିଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱରେ ଦଳିତ ଭାଇମାନେ ଏକତ୍ରିତ ହୋଇବିଖୋଭ କରଥିଲେ। ଏହି ଅବସରରେ ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ କହିଛନ୍ତି ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁଦାସ ଙ୍କ ପ୍ରତିମୂର୍ତ୍ତି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ଥାପନ କରାଯିବା ପରେ ଉନ୍ମୋଚିତ କରାଗଲା ।କିନ୍ତୁ ଜିଲା ପ୍ରଶାସନ ଉକ୍ତ ପ୍ରତିମୃତିକୁ କାଗଜ ଘୋଡେଇ ଯେଉଭଳି ରଖାଯାଇଛି ତାକୁ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟ ତରଫରୁ ଦଳିତ ବିକାଶ ପରିଷଦ ଘୋର ନିନ୍ଦା କରିଛି। ତେଣୁ ଉକ୍ତ ସ୍ଥାନରେ ତୁରନ୍ତ ପ୍ରତିମୂର୍ତ୍ତି ଉପରୁ କାଗଜ ହଟାଇ ବାକୁ ଦାବି କରିଛନ୍ତି।ଯାହାକି ଭାରତ ରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ରଚିତ ସମ୍ବିଧାନରେ କୌଣସିଠାରେ ଉଲ୍ଲେଖ ନାହିଁ ଯେ ଜଣଙ୍କ ପ୍ରତିମୂର୍ତ୍ତି ନିକଟରେ ଅନ୍ୟଜଣ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିବ ନାହିଁ।ଏହି କାର୍ଯ୍ୟକ୍ରମ ରେ ଅଲ ଇଣ୍ଡିଆ କନଫେଡରସନ କନଭେନର ଦିବାକର ଭୋଇ,ରତ୍ନାକର କାଣ୍ଡି, ମିହୀରକାନ୍ତ ସାହୂ ଓ ଦଳିତ ବିକାଶ ପରିଷଦର କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More