ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ପୋୖରାଞ୍ଚଳର ଦୁଇ ନମ୍ବର ୱାର୍ଡ ର ଆଦିବାସୀ ବସ୍ତିରେ ଏକ କମ୍ୟୁନିଟି ହଲ ନିର୍ମାଣ କରିବା ନିମନ୍ତେ ଏକ ଦାବିପତ୍ର ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ଅଶୋକ କୁମାର କର୍ଣ୍ଣ ଙ୍କୁ ପ୍ରଦାନ କରିଛନ୍ତି।ଜିଲ୍ଲାଦଳିତ ବିକାଶ ପରିଷଦର ଜିଲ୍ଲା ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱରେ ଏକ ଟିମ ପୋୖର ଅଧିକାରୀଙ୍କୁ ଭେଟି କହିଥିଲେ ଜଗତସିଂହପୁର ପୋୖରାଞ୍ଚଳର ଦୁଇ ନମ୍ବର ୱାର୍ଡ ଆଦିବାସୀ ବସ୍ତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ଉଦ୍ୟମରେ ସଫଳ ରୂପାୟନ କରାଯାଇଛି।ତେବେ ଏହି ଆଦିବାସୀ ବସ୍ତିରେ ଏକ କମ୍ୟୁନିଟି ହଲର ଆବଶ୍ୟକତା ଅଛି ବୋଲି ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିଥିଲେ।ପୋୖର ନିର୍ବାହୀ ଅଧିକାରୀ ମଧ୍ୟ ନିର୍ଭର ପ୍ରତିଶୃତି ଦେବା ସହ ଉକ୍ତ ଆଦିବାସୀ ବସ୍ତିକୁ ଖୁବ ଶୀଘ୍ର ଯୋଜନାରେ ସାମିଲ କରାଯିବ ସହ ସରସ ସୁନ୍ଦର କରାଯିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ,ସଦସ୍ୟ ଗଣେଶ୍ୱର ହଂସଦା ପ୍ରମୂଖ ଯୋଗଦେଇ ଥିଲେ। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।