ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲା ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ତଥା ଆରଡ଼ି କାର୍ଯ୍ୟାଳୟର ସରକାରୀ କ୍ବାଟର ଏବେ ଭୁତ କୋଠିରେ ପରିଣତ ହୋଇଛି। ସୂଚନା ଅନୁସାରେ ଆର ଡି ବିଭାଗର କର୍ମଚାରୀ ରହିବା ନିମନ୍ତେ ଦୀର୍ଘ ସାତ ବର୍ଷରୁ ଉର୍ଦ୍ଧ ହେବ ପୁନଙ୍ଗ ଠାରେ କୋଟି କୋଟି ଟଙ୍କାବ୍ୟୟରେ ପନ୍ଦରରୁ ଅଧିକ କୋଠା ନିର୍ମାଣ କରାଯାଇଥିଲା। ତେବେ ଉକ୍ତ କୋଠା ଏବେ ଭୁତ କୋଠି ପାଲଟି ଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର ପ୍ରସଙ୍ଗ ଯେ ଉକ୍ତ କୋଠାରେ କେହି ରହୁ ନଥିଲେ ମଧ୍ୟ ଘରଗୁଡିକ ବର୍ଷକୁ ବର୍ଷ ମରାମତି କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହେଉଥିବା ଅଭିଯୋଗ ହୋଇଛି।ଆରଡ଼ି ବିଭାଗର ଦାୟିତ୍ବ ହୀନତା ଯୋଗୁଁ କୋଠା ଗୁଡିକ ଭୁତକୋଠୀ ପାଳଟିଥିବା ସାଧାରଣରେ ଅଭିଯୋଗ ହୋଇଛି। ଆରଡ଼ି ବିଭାଗର ବହୁ କର୍ମଚାରୀ କଟକ ଓ ଭୁବନେଶ୍ୱର ରେ ରହି ପ୍ରତ୍ୟେକ ଦିନ ବିଳମ୍ବରେ ଆସୁଥିବାରୁ ସରକାରୀ କାର୍ଯ୍ୟରେ ବିଳମ୍ବ ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ଅଭିଯୋଗ ହେଉଛି।ତେଣୁ ତୁରନ୍ତ ଆରଡ଼ି ବିଭାଗ ଉକ୍ତ କ୍ବାଟରକୁ କର୍ମଚାରୀଙ୍କୁ ବଣ୍ଟନ କରି ବ୍ୟବହାର କରିବାକୁ ସାଧାରଣରେ ଦାବିହୋଇଛି। ନଚେତ ଉକ୍ତ ନୂତନ ନିର୍ମାଣ କୋଠଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଉପୁଜିଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।