ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲାପାଳ ପାରୁଲ ପଟାୱରୀ ଓ ଆରକ୍ଷୀ ଅଧିକ୍ଷକ ଆଖିଳେଶ୍ୱର ସିଂହ ଜଗତସିଂହପୁର ସହରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହସ୍ପିଟାଲ ଗୁଡିକ ଯୁଗ୍ମ ପରିଦର୍ଶନ କରିଥିଲେ।ଜିଲାପାଳ ପାରୁଲ ପଟାୱରୀ ପ୍ରଥମେ ତରଡାପଡାର ଶ୍ରୀ ହସ୍ପିଟାଲ, ପରେ ଦେଉଳି ଗ୍ରାମେଶ୍ୱର ରେ ଆରୋଗ୍ୟ ହସ୍ପିଟାଲ, ମେଡ଼ିକାଲ ରାସ୍ତାରେ ଥିବା ସନହସ୍ପିଟାଲ,ପାଣିଶାଳିଆ ରେ ଥିବା କିଓରୱେଲ ହସ୍ପିଟାଲ ଓ ସ୍ୱସ୍ତିକ ହସ୍ପିଟାଲ ପରିଦର୍ଶନ କରିଥିଲେ।ଜିଲାପାଳ ଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ।ସମସ୍ତ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲ ଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ମାନଙ୍କୁ ଉତ୍ତମ ସେବା ପ୍ରଦାନ କରାଯାଉଛି କି ନାହିଁ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ମିତ୍ର ଓ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଫ୍ଟୱେର ରେ ରୋଗୀଙ୍କ ସ୍ୱାସ୍ଥ୍ୟ କାର୍ଡ କିପରି ବ୍ଳକିଂ କରାଯାଉଛି ସେ ସମ୍ପର୍କରେ ସ୍ୱାସ୍ଥ୍ୟ ମିତ୍ର ଙ୍କ ଠାରୁ ପଚାରି ବୁଝିଥିଲେ।ହସ୍ପିଟାଲ ଗୁଡିକର କେଶ ରେକର୍ଡ, ଇଣ୍ଡୋର ରୋଗୀଙ୍କ ରେଜିଷ୍ଟ୍ରେର ତଦାରଖ କରିଥିଲେ।ପିଓଏସ ଏବଂ ଇରିସ ମେସିନ ର କାର୍ଯ୍ୟକାରିତା ଦେଖିଥିଲେ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେପ୍ଟେମ୍ବର ୧.୨୦୨୧ଠାରୁ ସେପ୍ଟେମ୍ବର୧୨.୨୦୨୨ପର୍ଯ୍ୟନ୍ତ ମୋଟ ୩୯ ହଜାର128ଜଣ ଉପକୃତ ହୋଇଛନ୍ତି।ଓଡିଶା ବାହାରେ ମଧ୍ୟ ସତର ଜଣ ଉପକୃତ ହୋଇଛନ୍ତି। ଜିଲାରେ ବିଏସ କେ ୱାଇ କାର୍ଡ ବଣ୍ଟନ ଜାରୀ ରହିଛି।ଜଗତସିଂହପୁର ଜିଲ୍ଲାରେ ପନ୍ଦରଟି ବେସରକାରୀ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକା ଭୁକ୍ତ ହୋଇଛନ୍ତି।ଜିଲାପାଳଙ୍କ ପରିଦର୍ଶନ ସମୟରେ ବିଏସକେୱାଇ ନୋଡାଲ ଅଫିସର ନିମାଇଁ ଚରଣ ନାୟକ, ଜିଲା କୋ ଅର୍ଡିନେଟର ପ୍ରଶାନ୍ତ କୁମାର ସାହୁ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।