ଜିଲାପାଳଙ୍କ କାର୍ଯ୍ୟାଳୟରେ ହନୁମାନ ଚାଳିଶା ମହୋତ୍ସବ-୨୦୨୨ ଅନୁଷ୍ଠିତ

15

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହନୁମାନ ଚାଳିଶା ମହୋତ୍ସବ-୨୦୨୨ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଙ୍କ ସହଯୋଗରେ ପ୍ରତ୍ୟେକ ବର୍ଷ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହନୁମାନ ଚାଲିଶା ମହୋତ୍ସବ ଅନୁଷ୍ଠିତ ହୋଇଥାଏ।ତେବେ ମହାମାରୀ କରୋନାଯୋଗୁଁ ଏହି ଉଶ୍ଚବ ବନ୍ଦ ରହିଥିଲା।ତେବେ କରନା ମହାମାରୀ ର ପ୍ରକୋପ କିଛି ମାତ୍ରାରେ କମି ଥିବାରୁ ଚଳିତ ବର୍ଷ ଜିଲାପାଳଙ୍କ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ଙ୍କ ସହଯୋଗରେ ରୀତିନୀତି ଅନୁଯାୟୀ ହନୁମାନ ଚାଳିଶା ମହୋତ୍ସବ-୨୦୨୨ ମହାସମାରୋହରେ ଅନୁଷ୍ଠିତ ହେଉଅଛି।ଏହିକାର୍ଯ୍ୟକ୍ରମରେ ଜିଲାପାଳ ଭାବେ ପାରୁଲ ପଟାୱରୀ କର୍ତ୍ତା ଭାବେ ଯୋଗଦାନ କରି ସମସ୍ତ ପୂଜାବିଧି ରେ ସାମିଲ ହୋଇ କାର୍ଯ୍ୟ ସମାପନ କରିଥିଲେ।ଏହି ହନୁମାନ ଚାଳିଶା କାର୍ଯ୍ୟକ୍ରମକୁ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ପରିଚାଳନାରେ ସହାୟତା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More