ଜିଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନବାଡି ଲେଡିଜ୍ ୱ୍।ର୍କରସ ଆସୋସିଏସନ

21

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ଭାରତୀୟ ମଜଦୁର୍ ସଙ୍ଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱ୍।ର୍କରସ ଆସୋସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମାନ୍ୟବର ମୁଖ୍ୟ ମନ୍ତ୍ରୀ,ଓଡିଶା, ଭୁବନେଶ୍ଵର,ମାନ୍ୟବର ଶିଶୁ ବିକାଶ ମନ୍ତୀ,ଓଡିଶା, ଭୁବନେଶ୍ଵରଙ୍କୁ ୧୨ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ଆଜି ଠାରୁ ପ୍ରତ୍ୟେକ ବ୍ଲକ ଗୋଟିଏ ଦିନ ଲେଖାଏଁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମ୍ମୁଖରେ ୧୦ଘଣ୍ଟା ଠାରୁ ୪ ଘଣ୍ଟା ପର୍ଜ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ ପ୍ରତୀକ ଧାରଣା ଦିଆଜିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା।ଉକ୍ତ କାର୍ଜ୍ୟକ୍ରମରେ ଅଙ୍ଗନବାଡି ସଙ୍ଘ ଜିଲ୍ଲା ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ,ସମ୍ପାଦିକା ସନ୍ଧ୍ୟାରଣୀ ବିଶ୍ଵାଳ,କୋଷାଧକ୍ଷ ମମତା ବ୍ରହ୍ମା,ରାଜ୍ୟ ସଦସ୍ୟା ସବିତା ନାୟକ ଓ ଭରତୀୟ ମଜଦୁର ସଙ୍ଘ ଜିଲ୍ଲା ଉପଦେଷ୍ଟା ପରମେଶ୍ଵର ବିଷୋୟୀ,ସଭାପତି ବାଙ୍କ ବିହାରୀ ବିଷୋୟୀ,କୋଠାବାଡି ସଙ୍ଘ ସମ୍ପାଦକ ରାମ ବିଷୋୟୀ ପ୍ରମୁଖ ପରିଚାଳନା କରି ଥିଲେ।ନିଷ୍ପତ୍ତି ଅନୁସାରେ ଆଜି ନବରଙ୍ଗପୁର ବ୍ଲକ ଅଙ୍ଗନବାଡି କର୍ମଚାରୀ ମାନେ ପ୍ରତୀକ ଧାରଣାରେ ବସିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More