କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୋଡ଼ାମରେଈ ପଂଚାୟତର ଘଟଣା ଘଟଣା ଟି ଏମିତି ଘଟିଛି ପୋଖରୀର ପୂର୍ଣ୍ଣ ଉଦ୍ଧାର ପାଁଇ ମନରେଗା କାମ ରେ 2 ଲକ୍ଷ 75 ହଜାର ଖର୍ଚ୍ଚ କରାଯାଇଛି କିନ୍ତୁସରକାର ଙ୍କ ୱେବ ସାଇଟ ଖୋଲିଦେଇଛି ପୁରା ଘଟଣା ର ଦୁର୍ନୀତି ଯାହା ସାଧାରଣ ଲୋକ ଦାବି କରିଛନ୍ତି ପୋଖରୀ ରେ କୌଣସି କାମ କରାଯାଇନାହିଁ କିନ୍ତୁ ସମ୍ପୂର୍ଣ ବିଲ ହୋଇ କେମିତି ଜବ କାର୍ଡ ହିତାଧିକାରୀ ଙ୍କ ଖାତା କୁ ଟଙ୍କା ଗଲା ତାହା ସବୁଠାରୁ ବଡ ପ୍ରଶ୍ନ ଏଠି ତଳୁ ତାଳିପା ସବୁ ଦୁର୍ନୀତିରେ ବୁଡିରହିଛନ୍ତି ଏବଂ ସବୁ ଠାରୁ ବଡ କଥା ହେଲା ବାର୍ଦ୍ଧକ୍ୟ ଭତା ପାଉଥିବା ଲୋକ ମନ୍ଦ୍ୟ ମନରେଗାରେ କାମ କରି ଟଙ୍କା ହାତେଇଛନ୍ତି ଏତିକି ନୁହଁ ଭାତ ହାଣ୍ଡିରୁ ଗୋଟେ ଭାତ ଚିପିବା ସଦୃଶ ମାହାଙ୍ଗା ବ୍ଲକ ରେ ବହୁ ଦୁର୍ନୀତି ହୋଇଛି ବୋଲି ଯାହା ଜଣା ପଡିଛି ଏହି ଦୁର୍ନୀତି ର ଚେର କେତେ ଲମ୍ବିଛି ତାହା ଉଚସ୍ତରୀୟ ତଦନ୍ତ ହେଲେ ଜଣାପଡିବ ସୂଚନା ଥାଉ କି କେନ୍ଦ୍ରସରକାର ଶ୍ରମିକ ଓ ଗରିବ ଲୋକମାନ ଙ୍କ ପାଁଇ ଜବକାର୍ଡ ଜରିଆରେ କାମ ଜଗାଇଛନ୍ତି କିନ୍ତୁ ବାସ୍ତବ ରେ କେନ୍ଦ୍ରସରକାର ଙ୍କ ଯୋଜନା ବାଟ ବଣା ହେଉନିକି ଏହି ଦୁର୍ନୀତି ଘଟଣା ରେ ପୋଡାମରେଈ ପଂଚାୟତ ବାସି କେନ୍ଦ୍ର ପଂଚାୟତ ରାଜ ମନ୍ତ୍ରୀ ଓ କେନ୍ଦ୍ର ପଂଚାୟତ ରାଜ ସଚିବ ଏବଂ ରାଜ୍ୟ ପଂଚାୟତ ରାଜ ସଚିବ କଟକ ଜିଲ୍ଲାପାଳ କଟକ ପ୍ରକଳ୍ପ ନିର୍ଦେଶକ ସହିତ ମାହାଙ୍ଗା ବ୍ଲକ ଵିଡ଼ିଓ ଙ୍କୁ ଲଖିତ ଅଭିଯୋଗ କରିଛନ୍ତି l ଏପଟେ ମାହାଙ୍ଗା ବ୍ଲକ ପୋଡ଼ା ମାରାଇ ପଞ୍ଚାୟତ ର GRS ଉଲ୍ଲାସ ପ୍ରଧାନ ମାହାଙ୍ଗା ଥାନାରେ ଅଟକ l ସେହି ପଞ୍ଚାୟତ ର ଶିନ୍ଧୂପୂର୍ ଧୋବା ପୋଖରି ପୁନରୁଦ୍ଧାର NREGS କାର୍ଯ୍ୟରେ ଫଲ୍ସ ବିଲ କରି ସରକାରୀ ଅର୍ଥକୁ ତୋଷର ପାତ କରିଥିବା ନେଇ ମାହାଙ୍ଗା DBO ନିହାର ରଞ୍ଜନ ମଲ୍ଲିକଙ୍କ ଏତଲା ଆଧାରରେ ଥାନାରେ ଅଟକ l