ଜାଲ ଚେକ ଦ୍ୱାରା ସୋନପୁର କଲେଜର ୭୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ – କଲେଜ ଅଧ୍ୟକ୍ଷଙ୍କ ଥାନାରେ ଏତାଲା ,ସନ୍ଦେହରେ ଅଭିଭାବକ ଓ ବୁଦ୍ଧିଜୀବୀ
ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ସୋନପୁର କଲେଜରେ ଜାଲ ଚେକ ମାଧ୍ୟମରେ ୭୦ଲକ୍ଷ ରୁ ଊର୍ଧ୍ୱ ଟଙ୍କାର ଘୋଟlଲା ବା ହେରଫେର ଘଟଣା ନେଇ ଆଜି କଲେଜ ଅଧ୍ୟକ୍ଷଙ୍କ ସୋନପୁର ଥାନାରେ ଏତଲା ହୋଇ ଥିବାରୁ ସହର ତଥା ଜ଼ିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି l ଏବେ ସଦର ଥାନାରେ ସୁବର୍ଣ୍ଣପୁର ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଏସ ଡି ପି ଓ , ଆଇ ଆଇ ସି ଓ ବରୋଦା ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଚାଲିଥିବା ବେଳେ ଆଗକୁ ଏ ଘଟଣା ଉପରେ ତୁରନ୍ତ ଅନୁସନ୍ଧlନ ଜାରି ରଖି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।ଏ ନେଇ ଥାନାରେ କେଶ ନମ୍ବର ୧୧୮/୨୨, ଦଫା ୪୨୦,୪୬୭,୪୬୮ ଓ ୪୭୧ ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଏକାଉଣ୍ଟେଣ୍ଟ, ଏକାଉଣ୍ଟେଣ୍ଟ ବର୍ସର, ଆଇ ଡି ପି କୋଡିନେଟର ଓ କଲେଜ ଅଧ୍ୟକ୍ଷଙ୍କ ବିନା ଜ୍ଞାତସାରରେ ବ୍ୟାଙ୍କ ଆକାଉଣ୍ଟରୁ ଏତେ ମୋଟା ଅଙ୍କର ଟଙ୍କା କେମିତି ହେର ଫେର ହେଲା ତାହା ଛାତ୍ର ଛାତ୍ରୀ, ଅଭିଭାବକ, ଓ ସହର ର ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି l ଏ ଘଟଣା ଉପରେ କଲେଜ ମେନେଜମେଣ୍ଟ କମିଟି ତଦାରଖ କରି ଦୋଷୀଙ୍କ ଉପରେ କାର୍ୟନୁଷ୍ଠାନ ନେବାକୁ ଦାବୀ ହୋଇଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।