ଜାଲି ଡାକ୍ତର ନମ୍ବର -୨

32

Get real time updates directly on you device, subscribe now.

କଳାହାଣ୍ଡି ( ସଂଘର୍ଷ ମିଡିଆ ) : ସ୍ୱାସ୍ଥ୍ୟ ସେବା ନାମରେ ଚାଲିଛି ବେଧଡକ ବେପାର । ସରକାରୀ ଡାକ୍ତରଖାନାରେ ଡାକ୍ତର ନଥିବାରୁ ସାଧାରଣ ଲୋକମାନେ ନିର୍ଭର କରୁଛନ୍ତି ଏହି ଜାଲି ଡାକ୍ତର ମାନଙ୍କ ଉପରେ । ଜାଲି ଡାକ୍ତରଙ୍କ କବଳରେ ଚାଲିଛି ସାରା କେବିକେ ଜିଲ୍ଲା । ହଜାର ହଜାର ରୋଗୀ ମୃତ୍ୟୁ ମୁଖରେ ପଡୁ ଥିଲେ ମଧ୍ୟ ସାଧାରଣ ଜନତା ଏହି ନକଲି ଡାକ୍ତର ମାନଙ୍କ କବଳରୁ ମୁକ୍ତି ଲାଭ କରି ପାରୁନାହାନ୍ତି । ଏହି ଜାଲି ଡାକ୍ତରମାନେ ଚାଲି ଆସିଛାନ୍ତି ସୁଦୂର କଲିକତାରୁ । ନା ଅଛି ଏମାନଙ୍କର ଶୀକ୍ଷ୍ୟାଗତ ଯୋଗ୍ୟତା ନା ଅଛି ଏମାନଙ୍କର ଡାକ୍ତରୀ ଜ୍ଞାନ । ଜାଲି RMP ସାଟିଫିକେଟରେ ଏମାନେ ଡାକ୍ତର । ଏହି ଜାଲି ଡାକ୍ତରମାନେ ସାରା କେବିକେ ଜିଲାରେ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏହି ନକଲି ଜାଲି ଡାକ୍ତର ମାନଙ୍କର ଟାର୍ଗେଟରେ ନିରୀହ ଜନତା । ଶୋଷଣ କରି ଚାଲିଛନ୍ତି ଆଦିବାସୀ ଭାଇ ଭଉଣୀ ମାନଙ୍କୁ । ରଜ୍ଯ ସରକାର କେବିକେ ଅଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ଉନ୍ନୟନ ଯୋଜନାମାନ କରିଥିଲେ ମଧ୍ୟ , ସ୍ୱାସ୍ଥ୍ୟ ସେବା ପ୍ରତି ନୀରବତା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆମ କ୍ୟାମେରା ଟିମ ପହଞ୍ଚିଥିଲା କଳାହାଣ୍ଡି ଜିଲ୍ଲା କେସିଂଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ଗ୍ରାମରେ । ଏହି ନକଲି ଡାକ୍ତର ଜଣକ ହେଉଛନ୍ତି ମନୋଜ ରାଏ । ନିଜ ଘର ସିନା କଲିକତାରେ କିନ୍ତୁ ପ୍ରଭାବ ଏହି ଅଂଚଳରେ । ଏଠି ବାବୁଙ୍କର ଅଛି କୁଜି ଧପାବାଜ ଟାଉଟର ମାନଙ୍କ ସହ ଉତମ ସମ୍ପର୍କ । ଗଣ ମାଧ୍ୟମର ପ୍ରତିନିଧି ତାଙ୍କୁ କୌଣସି ପ୍ରଶ୍ନ ପଚାରିଲେ ସେ ମହାଶୟ ନିଆଁ ବାଣ ହୋଇଯାନ୍ତି । ଏଠି ବାବୁ ଜଣକ ଦୀର୍ଘ ବର୍ଷ ହେବ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ସେବା ନାମରେ ଠକି ଚାଲିଛନ୍ତି । ସୂଚନାନୁଯାୟୀ ବାବୁ ଜଣକ ଏହି ଅଂଚଳରେ ସ୍ଥାନୀୟ ଟାଉଟରମାନକୁ ଧରି ନିଜର କାୟା ବିସ୍ତାର କରିବାରେ ବେସ ପାରଙ୍ଗମ । ଏ ନକଲି ଡାକ୍ତର ଜଣକ କେବିକେ ଅଞ୍ଚଳରେ ଏକା ନୁହନ୍ତି । ସହସହ ନକଲି ଡାକ୍ତରଙ୍କ କବଳରେ ଚାଲିଛି ଏହି ଆଦିବାସୀ ଇଲାକା । ଗୋଟେ ଜନହିତକର ସରକାର ଜନତାଙ୍କ ପାଇଁ ସ୍ୱାସ୍ଥ୍ୟ , ଶୀକ୍ଷ୍ୟା , ଗମନା ଗମନ ପାଇଁ ବଦ୍ଧ ପରିକର ଥିବାବେଳେ । ଏଠି ସ୍ୱାସ୍ଥ୍ୟ ସେବାର ଚିତ୍ର ସମ୍ପୂର୍ଣ ଅଲଗା । ନିରୀହ ଜନତାଙ୍କ ଭାଗ୍ୟ ସହ ଖେଳୁଛନ୍ତି ଏହି ନକଲି ଡାକ୍ତର ମାନେ । ଏ ସମ୍ପର୍କରେ ଆମ କ୍ୟାମେରା ଟିମ ପହଞ୍ଚି ଥିଲା କଳାହାଣ୍ଡି CDMOଙ୍କ ଅଫିସରେ , କିନ୍ତୁ CDMO ଅନୁପସ୍ଥି ଥିଲେ । ଆଶନ୍ତୁ ଶୁଣିବା ନକଲି ଡାକ୍ତର କଣ କହୁଛନ୍ତି । ମାନ୍ୟବର 5T ସଚିବ ଓ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଏଭଳି ଏକ ସ୍ପର୍ଶ କାତର ପ୍ରସଙ୍ଗକୁ ବିଚାରକୁ ନେଇ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ଜୋର ଧରିଛି । ସାଧାରଣ ଜନତା କଣ କହୁଛନ୍ତି ଆସନ୍ତୁ ଶୁଣିବା । ଆମେ ଭେଟିଥିଲୁ ଜଣେ ରୋଗୀଙ୍କୁ , ସାରଦେଶରେ କୋଭିଡ କଟକଣା ଥିବାବେଳେ ଦୀର୍ଘ ଦିନହେବ ଜଣେ ଜରରେ ଆକ୍ରାନ୍ତ ରୋଗୀଙ୍କୁ କିପରି ସେବା କରୁଛନ୍ତ ଆସନ୍ତୁ ଦେଖିବା । କଳାହାଣ୍ଡିରୁ ବ୍ଯୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More