ଜାମୀୟା ମସଜିଦ ପକ୍ଷରୁ ଇଫତାର ପାର୍ଟି ପାଳିତ

28

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜାମୀୟା ମସଜିଦ ପକ୍ଷରୁ ଇଫତାର ପାର୍ଟି ମସଜିଦ ପରିସରରେ ପାଳିତ ହୋଇଯାଇଛି । ମସଜିଦ ସଭାପତି ଅବଦୁଲ କଲିମ୍ ଖାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ପାର୍ଟି ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ରମଜାନ ମାସର ଶେଷ ଦିନରେ ସମସ୍ତ ମୁସଲିମ ଭାଇ ଭଉଣୀ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଇଦ୍ ପର୍ବ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ବୌଦ୍ଧ ରେ ହିନ୍ଦୁ ମୁସଲମାନ ଙ୍କ ମଧ୍ୟରେ ଭାଇଚାରା ସ୍ଥାପନ କରିବାରେ ଏହା ମୁଖ୍ୟ ସୂତ୍ର ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଜମୀୟା ମସଜିଦ ର ମୌଲବୀ ରମଜାନ ମାସର ବିଶେଷତ୍ଵ ବିଷୟରେ ଅବଗତ କରାଇବା ସହ ରୋଜା ରଖିବାର ଉଦ୍ଦେଶ୍ୟ ଏବଂ ରୋଜା ର ମହତ୍ତ୍ଵ ବିଷୟରେ ବୁଝାଇଥିଲେ । ଏହି ଇଫତାର ପାର୍ଟି ରେ ଅନ୍ୟ ମାନଙ୍କ ମଧ୍ୟରେ ବୌଦ୍ଧ ଏସ୍ ପି ଜ୍ଞାନ ରଞ୍ଜନ ମହାନ୍ତି, ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି, ବୃଦ୍ଧିଯିବି ଯୋଗଦେଇଥିଲେ । ପରେ ମସଜିଦ କମିଟି ପକ୍ଷରୁ ସମସ୍ତଙ୍କୁ ସନ୍ଧ୍ୟା ଭୋଜନ ରେ ଆପ୍ୟାୟିତ କରାଯାଇଥିଲା । ଏଥିରେ ମୁସଲିମ ବସ୍ତିର ହଲିମ୍ ଖାନ, ଅବଦୁଲ ମହସିନ ଖାନ, ଜାହିର ଖାଁ, ସର୍ଫୁଦିନ ଖାନ, ମହମ୍ମଦ ସଫିଉଲ୍ ,ସେକ୍ ସମିଉଲ୍ଲା, ନିଉଦ୍ଦିନ ଖାନ, ନିଜାର ଖାନ, ରହିମ ଖାନ, ଅବଦୁଲ ସଲାମଙ୍କ ସମସ୍ତ ମୁସଲିମ ବସ୍ତିର ଭାଇ ମାନେ ସାମିଲ ହୋଇଥିଲେ । ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More