ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲା ଏରସମା ବ୍ଳକ ଅଧିନସ୍ଥ ଜାନାକାଦେଇପୁର ଗ୍ରାମ ପଂଚାୟତ ର ଜାନାକାଦେଇପୁର ପ୍ରାଥମିକ ବିଦ୍ୟାଳୟ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଗ୍ରାମବାସୀ ଦୀପକ ମଲ୍ଲିକ, ଟୁଲୁ ସାହୂ,ପ୍ରତାପ ଚନ୍ଦ୍ର ସାହୁ,ବାବାଜୀ ସାହୂ, ବସନ୍ତ ଦାସ, ଗଗନ ବାରିକ ପ୍ରମୁଖ ଗ୍ରାମବାସୀମାନେ ତାଙ୍କ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି କି ସ୍ୱାଧୀନତା ର ବହୁ ବର୍ଷ ପୂର୍ବେ ଅର୍ଥାତ1928ମସିହାରେ ଜାନକାଦେଇପୁର ପ୍ରାଥମିକବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।ଏହି ସ୍କୁଲ ପ୍ରତିଷ୍ଠା ହେବା ପରେ ବହୁ ଶିକ୍ଷିତ ବ୍ୟକ୍ତି ବିଶେଷ ଙ୍କୁ ସୃଷ୍ଟି କରିବା ସହ ସାକ୍ଷରତା ଦୂରୀକରଣ ରେ ଭୂମିକା ନିର୍ବାହ କରିଆସୁଛି।ତେବେ ଏହି ସ୍କୁଲ କୁ ଗ୍ରାମ ଠାରୁ ଦେଢ କିଲୋମିଟର ଦୂରରେ ଥିବା ଲଛମାକଣ ନୋଡାଲ ବିଦ୍ୟାଳୟ ରେ ମିଶ୍ରଣ କରିବା ପାଇଁ ଯୋଜନା କରାଯାଉଛି।ଲଛମା କଣ ବିଦ୍ୟାଳୟକୁ ଆମ ଗ୍ରାମରୁ କୋମଳ ମାଟି ପିଲାମାନେ ରାସ୍ତା ପାରି ହୋଇ ଯିବା ନିରାପଦ ନୁହେଁ।ଯାହାଫଳରେ ଜାନକାଦେଇପୁର ଓ ବଳଭଦ୍ରପୁର ଗ୍ରାମର ପିଲାମାନଙ୍କ ପାଠରେ ବ୍ୟାଘାତ ସୃଷ୍ଟି ହେବ।ତେଣୁ ଏହି ବ୍ରିଟିଶ ଅମଳର ତଥା ଗ୍ରାମର ଗର୍ବ ଓ ଗୌରବର ଜାନକାଦେଇପୁର ପ୍ରାଥମିକ ବିଦ୍ୟାଳୟ କୁ ଅନ୍ୟତ୍ର ସ୍ଥାନାନ୍ତର ନକରିବା ସହିତ ବିଦ୍ୟାଳୟ ର ସ୍ଥାୟୀତ୍ୱ ପ୍ରତି ସୁଦୃଷ୍ଟି ଦେବାକୁ ଜିଲାପାଳଙ୍କୁ ଦାବିକରିଛନ୍ତି ଗ୍ରାମବାସୀ ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।