ପୁରୀ(ସଙ୍ଘକର୍ଷ ମିଡିଆ) : – ଜାତୀୟ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ଏବଂ ଏକ ଶିଖ ପ୍ରତିନିଧି ମଣ୍ଡଳୀ ପୁରୀ ଗସ୍ତରେ ଆସି ମଙ୍ଗୁ ମଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରୀଛନ୍ତି। ତେବେ ଶ୍ରୀ ମନ୍ଦୀର ସମ୍ମୁଖରେ ଥିବା ଏହି ମଠର ଉନ୍ନତି ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଥିବାରୁ ଜାତିୟ ସଂଖ୍ୟା ଲଘୁ କମିଶନ ଅଧ୍ୟକ୍ଷ ଓ ତାଂକ ସହ ଆସିଥିବା ଶିଖ ପ୍ରତିନିଧି ମଣ୍ଡଳୀ ଏହୀ ଉନ୍ନତି କରଣ କାର୍ଯ୍ୟକୁ ପ୍ରଶଂସା କରିଚନ୍ତି। ତେବେ ମଠର ଉନ୍ନତି କରଣ ସହ ଏହାର ଧାର୍ମିକ ଦିଗ ଯେଭଳି ଅକ୍ଷୁର୍ଣ୍ଣ ରହିବ ସେ ଦିଗରେ ଓଡ଼ିଶା ସରକାର ଧ୍ୟାନ ଦେବାକୁ ଏହି ପ୍ରତିନିଧି ମଣ୍ଡଳୀ ପରାମର୍ଶ ଦେଇଚି। ଯାହାବି ସମସ୍ୟା ରହିଛି ପ୍ରଶାସନ ମଠ ସହିତ ଆଲୋଚୋନା କରି ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ପରାମର୍ଶ ଦେଇଚି। ଏହି ଅବସରରେ ପୁରୀ ଜିଲା ପ୍ରଶାସନ ସହିତ ଜାତିୟ ସଂଖ୍ୟା ଲଘୁ କମିଶନ ଅଧ୍ୟକ୍ଷ ଏବଂ ଶିଖ ପ୍ରତିନିଧି ମଣ୍ଡଳୀ ଆଲୋ ଚୋନା କରିଥଲେ। ତେବେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ମଙ୍ଗୁ ମଠ ମନ୍ଦିର, ପୁଜା ସ୍ଥଳୀ କୁ ଛାଡି ସବୁ ଗୃହ କୁ ଉଚ୍ଛେଦ କରାଯାଇଥିଲା। ଯାହାକୁ ନେଇ ବିବାଦୀୟ ସ୍ଥିତି ଉପୁଜିଥିଲା। ଶିଖ ଧର୍ମ ପ୍ରତିଷ୍ଠାତା ଗୁରୁ ନାନକ ଏଠାକୁ ପୁରୀ ଆସି ଶ୍ରୀ ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ପାଇଁ ଆଳତୀ କରିଥିବା କିମ୍ବଦନ୍ତୀ ରହିଚି। ଏହି ପରିପ୍ରେକ୍ଷୀରେ ସେଠାରେ ଏକ ମଠ ପ୍ରତିଷ୍ଠା ସହ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଉଅଛି। ଏହି ମଙ୍ଗୁ ମଠକୁ ଶିଖ ମାନେ ପବିତ୍ର ସ୍ଥଳ ମନେ କରନ୍ତି। ଏଣୁ ଏହାର ଉଚ୍ଛେଦ ନେଇ ପଞ୍ଜାବ ରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଓଡିଶା ସରକାର ଏହା ନେଇ ସ୍ପଷ୍ଟି କରଣ ଦେଇଥିଲେ। ମଠ ଉଚ୍ଛେଦ ନ ହୋଇ ପୁରୁଣା ଅସୁରକ୍ଷିତ ଗୃହ, ବ୍ୟବସାୟ ଗୃହ କେବଳ ଉଚ୍ଛେଦ କରାଯାଇ ଥିବା ଓଡ଼ିଶା ସରକାର ସଫେଇ ଦେଇଥିଲେ। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ରେ ଯେଭଳି କିଛି ବାଧା ନ ଉପୁଜେ ସେ ନେଇ ଏହି ଉଚ୍ଛେଦ କରାଯାଇଥିଲା। କେବଳ ଏହି ଗୋଟିଏ ମଠ ନୁହେଁ 17 ଟି ମଠ ର ପୁଜାସ୍ଥଳ, ମନ୍ଦିର କୁ ଛାଡି ଅନ୍ୟ ଗୃହ ଗୁଡିକ ଉଚ୍ଛେଦ କରାଯାଇଛି। ତେବେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ଥିବାଏହି ମଠ ଗୁଡିକ ଉନ୍ନତି କରଣ ପାଇଁ ସରକାର୍ ସ୍ଵତନ୍ତ୍ର ଅନୁଦାନ ଦେଇଛନ୍ତି। ଉଚ୍ଛେଦ ମଠର ପୁନରୁଦ୍ଧାର ସହ ଆୟ ପାଇଁ ମାର୍କେଟ କମ୍ପ୍ଲେକ୍ସ ମଠକୁ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଜାତିୟ ସଂଖ୍ୟାଲଘୁ କମିଶନ ଓ ଶିଖ ପ୍ରତିନିଧି ମଣ୍ଡଳୀକୁ ଅବଗତ କରିଥଲେ।