ଗଜପତି(ସଂଘର୍ଷ ମିଡିଆ) : – ଭୋପାଳ ଠାରେ ଗତ ୩/୧/୨୫ ଠାରୁ ୬/୧/୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ଛାତ୍ରୀ ସୁଶ୍ରୀ ବର୍ଷିତା ଦାସ ଅଂଶଗ୍ରହଣ କରି ସମ୍ମାନିତ ହୋଇଛନ୍ତି। ସେ ଉକ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ ତତ୍ତ୍ୱାବଧାନରେ ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ବର୍ଷିତାଙ୍କ ପ୍ରକଳ୍ପର ଶୀର୍ଷକ ଥିଲା “ଗୃହପାଳିତ ପଶୁରଯତ୍ନ ତଥା ପରିବାର ବର୍ଗଙ୍କ ଉପରେ ଏହାର ପ୍ରଭାବ” । ୩୧ତମ ଜାତୀୟ ବିଜ୍ଞାନ କଂଗ୍ରେସ୨୦୨୪-୨୫ରେ ଯୋଗଦେଇ ବର୍ଷିତା ଦାସ ଜିଲ୍ଲା ପାଇଁ ଖ୍ୟାତି ଅର୍ଜନ କରିଛନ୍ତି। ସେ ଏବେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ପାରଳାଖେମୁଣ୍ଡିର ଦଶମ ଶ୍ରେଣୀର ଛାତ୍ରୀ । ପାରଳାଖେମୁଣ୍ଡି ର ଜଣାଶୁଣା ସମାଜସେବୀ ଶ୍ରୀ ମନୋଜ କୁମାର ଦାସ ଓ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ପଣ୍ଡାଙ୍କ କନ୍ୟା। ଏହି ଜାତୀୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବଙ୍କ ସମେତ ବହୁ ମାନ୍ୟଗଣ୍ୟ ବରିଷ୍ଠ ବୈଜ୍ଞାନିକ ଯୋଗଦେଇ କୁନି ବୈଜ୍ଞାନିକଙ୍କ ପ୍ରକଳ୍ପସବୁ ପର୍ଯ୍ୟବେକ୍ଷଣ କରି ପ୍ରଶଂସା କରିଥିଲେ। ସୁଶ୍ରୀ ବର୍ଷିତା ଦାସଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।