ଜାତୀୟ ପ୍ରେସ ଦିବସ ପାଳିତ

15

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇ ଯାଇଛି । ସମାଜରେ ବିକାଶର ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ସାମ୍ବାଦିକ ମାନେ ଜନସ୍ଵାର୍ଥ ପାଇଁ ଲଢେଇ ଜାରି ରଖିଥାନ୍ତି । ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ଆଗ ଧାଡ଼ିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଛନ୍ତି । ୧୯୬୬ ମସିହା ନଭେମ୍ବର ୧୬ ତାରିଖକୁ କେନ୍ଦ୍ର ସରକାର ପ୍ରେସ କାଉନସିଲ ଅଫ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ପ୍ରତିବର୍ଷ ଏହି ଦିନକୁ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଉଛି । ସାମ୍ବାଦିକ ହେଲେ ସମାଜର ଜାଗ୍ରତ ପ୍ରହରୀ । ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ । ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ୟ ହେବା ଉଚିତ୍ । ଆଜି ଏହି ଜାତୀୟ ପ୍ରେସ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ,ବାଣପୁର ଚିଲିକା ଓ ଟାଙ୍ଗୀ ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ପ୍ରେସ କ୍ଲବ ଓ ଟାଙ୍ଗୀ ମିଡ଼ିଆ ସେବା ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଚିଲିକା ପ୍ରେସ କ୍ଲବ ତରଫରୁ ବାଲୁଗାଁ ଗାନ୍ଧୀ ଛକରେ ଥିବା ଗାନ୍ଧୀ ମୂର୍ତ୍ତି ଓ ପଲଟନ ପଡ଼ିଆରେ ଥିବା ଦେଶ ପାଇଁ ସହିଦ ହୋଇଥିବା ବାଣପୁର ମାଟିର ବୀର ପୁତ୍ର କୃତିବାସ ପାଟ୍ଟଶାଣୀଙ୍କ ପତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ବାଲୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଓ ବାଣପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଚିଲିକା ଅଞ୍ଚଳର ସମସ୍ତ ଜରା ଆଶ୍ରମ ଓ ରାସ୍ତା କଡ଼ରେ ବୁଲୁଥିବା ଅସହାୟ ଲୋକ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଚିଲିକା ପ୍ରେସ କ୍ଲବର ସଭାପତି ଓ ଉପସଭାପତିଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଟାଙ୍ଗୀ ମିଡ଼ିଆ ସେବା ସଂଙ୍ଗର ବଳରାମ ଜୀଉଙ୍କ ମନ୍ଦିର ପୀଠରେ ଏକ ସଭା ଆୟୋଜନ ହୋଇଥିଲା ଏଥିରେ ସଂଘର ସଭାପତି ରବୀନ୍ଦ୍ର କୁମାର ରଣା, ଆଡ଼ଭାଇଜର ଭାଗିରଥି ଛୋଟରାୟଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇଥିଲେ l ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More