ଜାତୀୟ ପତାକା ଅପବ୍ୟବହାର ରୋକିବା ନେଇ ବାଲୁଗାଁ ଥାନାଧିକାରୀଙ୍କ ସାମ୍ବାଦିକ ସମିଳନୀ

22

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ଭାରତୀୟ ଜାତୀୟ ତୀରଙ୍ଗାକୁ ଅପବ୍ୟବହାର ନ କରିବାକୁ ବାଲୁଗାଁ ପୋଲିସ ପ୍ରଶାସନିକ ଅଧିକାରୀ ଦେଲେ ନିର୍ଦେଶ l ଦେଶରେ 14 ଓ 15 ଅଗଷ୍ଟରେ ପାଳିତ ହେଉଛି ଅଜାଦି କି ଅମୃତ ମହୋତ୍ସବ ହରଘର ତୀରଙ୍ଗା । ଏହି ଉତ୍ସବରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବିଭିନ୍ନ ସ୍କୁଲ କଲେଜ ଓ ବିଭିନ୍ନ ଅନୁଷ୍ଠାନ ପାଳିତ କରୁଛନ୍ତି, କିନ୍ତୁ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଉତ୍ସବ ବଡ ଧୂମଧାମରେ ପାଳିତ ହେବ ଏହି ଉତ୍ସବ । ତେଣୁ ଜାତୀୟ ପତାକାକୁ କୌଣସି ଅପବ୍ୟବହାର ନକରିବା ଓ ତଳେ ନପକାଇବା ପାଇଁ ପୋଲିସ ଓ ସାମ୍ବାଦିକ ଭିତରେ ଆଲୋଚନା କରି ନଜର ରଖିବା ଓ ଲୋକମାନଙ୍କୁ ସଚେତନ କରାଇବାକୁ ଏବଂ ପରାମର୍ଶ ଦେବା ପାଇଁ ଆଲୋଚନା କରିଥିଲେ ବାଲୁଗାଁ ଆଇ ଆଇ ସି ରମାକାନ୍ତ ମହାଳିକ । ସଚେତନତା କରାଯିବା ପରେ ଯଦି ଏଥିପାଇଁ କୌଣସି ବ୍ୟକ୍ତି ଯଦି ଭାରତୀୟ ଜାତୀୟ ପତାକାକୁ ଅପବ୍ୟବହାର କରେ ତେବେ ଅନୁଯାଇ ଦଣ୍ଡନୀୟ ହେବ ବୋଲି ଜଣାଇଛନ୍ତି ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକ। ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More