ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପାଲିଆ ପଞ୍ଚାଯତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

27

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ଆଜି ହେଉଛି ଜାତୀୟ ପଂଚାୟତିରାଜ ଦିବସ। ଏହି ଅବସରରେ ଝରୀଗାଁ ବ୍ଲକ ପାଲିଆ ପଂଚାୟତ କାର୍ଯ୍ୟାଳୟରେ ପ୍ରଥମ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଗ୍ରାମସଭା ରେ ସରପଞ୍ଚ ଶ୍ରୀମତୀ ରାଧା ସାନ୍ତା, ନାଏବ ସରପଞ୍ଚ ଶ୍ରୀଯୁକ୍ତ ସୁକୁ ସାନ୍ତା,ପଞ୍ଚାୟତ ନିର୍ବାହୀ ଅଧିକାରି ଅରୁଣ ଦୋୟ ପଟନାୟକ,ଗ୍ରାମ ରୋଜଗାର ସେବକ ବିଜୟ କୁମାର ସାମଲ, ଯୋଗାଣ ସହାୟକ ଜନାର୍ଦନ ଗୌଡ଼, ସୟଂ ସହାୟକ ଗୋଷ୍ଠୀ ର ଏମ ବି କେ ପରମା ମାଝୀ, ଗାଁ ସାଥୀ ମେଟ ମହାଦେବ ମାଝୀ, ସମାଜସେବି ରମେଶ ହରିଜନ ସମେତ ପାଲିଆ ପଂଚାୟତର ୧୧ ଗୋଟି ୱାର୍ଡର ସମସ୍ତ ୱାର୍ଡ ମେମ୍ବର ଓ ପାଳିଆ ପଂଚାୟତବାସୀ ଉପସ୍ଥିତ ଥିଲେ.ପଂଚାୟତ ର ସର୍ବାଙ୍ଗୀନ ଉନ୍ନତି ସକାଶେ ପାନୀୟଜଳ, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ବ୍ୟବସ୍ଥାର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା ସହ ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଯୋଜନା ପଂଚାୟତବାସୀ ଙ୍କ ନିକଟରେ ସିଧାସଳଖ ପହଂଚାଇବାକୁ ସଭାରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More