ଜାତୀୟ ଦୁଗ୍ଧ ଦିବସ ପାଳିତ

53

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆଞ୍ଚଳିକ ସମ୍ବଳ କେନ୍ଦ୍ର କନଫେରସନ୍ସ ହଲ ଠାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ପ୍ରାଣୀ ଚିକିତ୍ସାଅଧିକାରୀ ଡକ୍ଟର ଧର୍ମାନନ୍ଦ ମହାନ୍ତି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ମହାନ୍ତି, ଏ ଡି ଭି ଓ ଡକ୍ଟର ରମା କାନ୍ତ ରାଣା, ଡି ଆଇ ସି ମେନେଜର ସୁନା ରାମ ସିଂ,ଜିଲ୍ଲା ଉଦ୍ୟାନ ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ ପ୍ରମୁଖ ମଞ୍ଚା ସିନ ଥିଲେ।ଏହି କାର୍ଯ୍ୟକ୍ରମରେ ଡକ୍ଟର ରମାକାନ୍ତ ରାଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିପରି ଅଧିକ ଦୁଗ୍ଧ ଉତ୍ପାଦନ କରି ପାରିବେ ଦୁଗ୍ଧ ରୁ ବିଭିନ୍ନ ଖାଦ୍ୟ ପଦାର୍ଥ ଉତ୍ପାଦନ କରି ଅଧିକା ଦୁଇ ପଇସା ରୋଜଗାର କରିପାରିବେ ଏବଂ ସରକାରଙ୍କ ବିଭାଗ ପକ୍ଷରୁ ଥିବା ବିଭିନ୍ନ ଯୋଜନା ଗୁଡିକ ଅତିଥି ମାନେ ବୁଝାଇ ଥିଲେ।”ସୁସ୍ଥ ଶରୀର ପାଇଁ ଦୁଗ୍ଧ ପାନ ଏକାନ୍ତ ଆବଶ୍ୟକ ଦୁଗ୍ଧ ପାନର ଆନନ୍ଦ ନିଅନ୍ତୁ” ଏହି ବିଷୟବସ୍ତୁ ରହିଥିଲା।ଏହି କାର୍ଯ୍ୟକ୍ରମରେ ଡେପୁଟି ଡ଼ାଇରେକ୍ଟର ବିଦ୍ୟୁତ ମିଶ୍ର ଓ ପାରାବେଟ ଗୌର ହରି ବେହେରା ଏହି ଦିବସ ଉପରେ କବିତା ପାଠ କରିଥିଲେ।ବିଭିନ୍ନ ବ୍ଲକର ବ୍ଲକ ଭେଟେନେରୀ ଅଫିସର, ଭେଟେନେରୀ ଆସିଷ୍ଟେଣ୍ଡ ଓ ଦୁଗ୍ଧ ଚାଷି ଉପସ୍ଥିତ ଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More